ସୁବର୍ଣ୍ଣପୁର: ଦିନକ ପରେ ଶନିବାର ପାଳନ ହେବ ଗଣେଷ ଚତୁର୍ଥୀ ଓ ପଞ୍ଚମୀ ଅର୍ଥାତ ରବିବାର ପାଳନ ହେବ ନୂଆଁଖାଇ । ଏହାକୁ ନଜରରେ ରଖି ସୁବର୍ଣ୍ଣପୁରରେ କୋହଳ ହୋଇଛି ସାପ୍ତାହିକ କଟକଣା । ଜୁଲାଇ ମାସରୁ ଜିଲ୍ଲାରେ ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ ଲାଗୁ ହେଉଥିବା ବେଳେ ଗଣେଶ ଚତୁର୍ଥୀ ଓ ନୂଆଁଖାଇକୁ ନଜରରେ ରଖି ଚଳିତ ସପ୍ତାହ ଏହି ସଟଡାଉନକୁ ବାତିଲ କରାଯାଇଛି ।
ନୂଆଁଖାଇ ପାଇଁ ସୁବର୍ଣ୍ଣପୁରରେ ସାପ୍ତାହିକ ସଟଡାଉନ କୋହଳ
ଦିନକ ପରେ ଶନିବାର ପାଳନ ହେବ ଗଣେଷ ଚତୁର୍ଥୀ ଓ ପଞ୍ଚମୀ ଅର୍ଥାତ ରବିବାର ପାଳନ ହେବ ନୂଆଁଖାଇ । ଏହାକୁ ନଜରରେ ରଖି ସୁବର୍ଣ୍ଣପୁରରେ କୋହଳ ହୋଇଛି ସାପ୍ତାହିକ କଟକଣା ।
ନୂଆଁଖାଇ ପାଇଁ ସୁବର୍ଣ୍ଣପୁରରେ ସାପ୍ତାହିକ ସଟଡାଉନ କୋହଳ
ଏନେଇ ଜିଲ୍ଲାପାଳ ମନୀଷା ବାନାର୍ଜୀ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ଏହି ଅବସରରେ ପୋଲିସ ପକ୍ଷରୁ ଗାଡି ମୋଟର ଚେକିଂ, ମାସ୍କ ଚେକିଂ, ଜନସମାଗମ ଓ ଗହଳି ଜାଗାରେ ସାମାଜିକ ଦୂରତ୍ବ ଉପରେ କଡା ନଜର ରଖାଯିବା ନେଇ ସ୍ପଷ୍ଟ ହୋଇଛି । ସେପଟେ ନୂଆଁଖାଇକୁ ନେଇ ଜିଲ୍ଲାପାଳଙ୍କ ଏହି ନିଷ୍ପତ୍ତିକୁ ସାଧାରଣରେ ସ୍ବାଗତ କରାଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ