ସୁବର୍ଣ୍ଣପୁର: ଦିନକୁ ଦିନ ଜିଲ୍ଲାରେ କୋରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜନସାଧାରଣଙ୍କ ଭିତରେ ଭୟ ଯେତିକି ରହିଛି ପ୍ରଶାସନ ବି ସଂକ୍ରମଣକୁ ରୋକିବା ପାଇଁ ସେତିକି ଯତ୍ନବାନ ହୋଇଛି । ସେଥିପାଇଁ ଶନିବାର ଓ ରବିବାର ଦୁଇ ଦିନ ପାଇଁ ଜିଲ୍ଲାରେ ସଟଡାଉନ ଘୋଷଣା କରାଯାଇଛି। ସହରରୁ ଗାଁ ଅନେକ ଜାଗାରେ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବାବେଳେ ସାରା ଜିଲ୍ଲା ଦୁଇ ଦିନ ପାଇଁ ସଟ ଡାଉନ କରାଯାଇଛି ।
ଜୁଲାଇ ମାସର ପ୍ରତି ସପ୍ତାହର ଶନିବାର ଓ ରବିବାର ସଟଡାଉନ କରାଯାଇଥିଲା । ଜିଲ୍ଲାପାଳଙ୍କ ସେହି ଆଦେଶ ଏଯାଏଁ ବଳବତ୍ତର ରହିଛି । ଗତ ସପ୍ତାହରେ ନୂଆଁଖାଇ ଓ ଗଣେଶ ଚତୁର୍ଥୀ ପାଇଁ ସଟ ଡାଉନକୁ ବାତିଲ କରାଯାଇଥିଲା । ସଟ ଡାଉନ ହେବା ଫଳରେ ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ସମେତ ଗାଡିମଟର ସବୁ ବନ୍ଦ ରହିଛି ।