ଓଡିଶା

odisha

ETV Bharat / state

ସମସ୍ୟା ଜଣାଉଥିବା ଲୋକଙ୍କୁ ଯନ୍ତ୍ରୀଙ୍କ ଦାଦାଗିରି, ଭିଡିଓ ଭାଇରାଲ - ସୁବର୍ଣ୍ଣପୁର ଜଳ

ସହକାରୀ ଯନ୍ତ୍ରୀଙ୍କ ଦାଦାଗିରି ଭିଡିଓ ଭାଇରାଲ। ଅଫିସ ଭିତରେ ସାର୍ଟ ଖୋଲି ଧମକ ଦେଉଛନ୍ତି । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟାଳୟରେ । ଅଧିକ ପଢନ୍ତୁ...

water supply dept  engineers misbehave to people  in subarnapur video vieral
ସମସ୍ୟା ଜଣାଉଥିବା ଲୋକଙ୍କୁ ଯନ୍ତ୍ରୀଙ୍କ ଦାଦାଗିରି, ଭିଡିଓ ଭାଇରାଲ

By

Published : Apr 17, 2021, 11:12 AM IST

ସୁବର୍ଣ୍ଣପୁର: ସହକାରୀ ଯନ୍ତ୍ରୀଙ୍କ ଦାଦାଗିରି ଭିଡିଓ ଭାଇରାଲ। ଅଫିସ ଭିତରେ ସାର୍ଟ ଖୋଲି ଧମକ ଦେଉଛନ୍ତି । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟାଳୟରେ ।

ସମସ୍ୟା ଜଣାଉଥିବା ଲୋକଙ୍କୁ ଯନ୍ତ୍ରୀଙ୍କ ଦାଦାଗିରି, ଭିଡିଓ ଭାଇରାଲ

ସୂଚନା ଅନୁସାରେ ଲାତୁରପେଟ ଗାଁରେ ପାନୀୟ ଜଳ ସମସ୍ୟାକୁ ନେଇ କିଛି ବ୍ୟକ୍ତି ହିଲୁଙ୍ଗ ସରପଞ୍ଚଙ୍କ ସହ ଜଳ ଯୋଗାଣ କାର୍ଯ୍ୟାଳୟକୁ ଯାଇଥିଲେ । ଗାଁର ପାଣି ସମସ୍ୟାକୁ ନେଇ ଆଲୋଚନା କରୁଥିବା ସମୟରେ ହଠାତ ରାଗି ଯାଇଥିଲେ ସଂପୃକ୍ତ ସହକାରୀ ଯନ୍ତ୍ରୀ । ମୁଁ ବି ବହୁତ ଖରାପ । ମୁଁ ଚାହିଁଲେ ଯାହା ଚାହିଁବି କରିପାରିବି । ବିଏମପୁରକୁ ଡକାନ୍ତୁ ମୋତେ କଣ କରିବେ ବୋଲି ଧମକ ଦେଉଥିବା ବେଳେ ଅଫିସ ଭିତରେ ସାର୍ଟ ଖୋଲି ଦେଇଥିଲେ । ତା ସହ ସମସ୍ତଙ୍କୁ ଗେଟ ଆଉଟ ବୋଲି ଧମକ ଦେଇଛନ୍ତି । ଅଭିଯୋଗ ଅନୁସାରେ ଦୀର୍ଘ ଦିନ ହେବ ଲାତୁରପେଟ ଗାଁର ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡିଛି । ବାରମ୍ବାର ଅଭିଯୋଗ ସତ୍ତ୍ବେ ସଜଡା ଯାଉନି । ଫଳରେ ପାଣି ଟୋପେ ପାଣି ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ଗ୍ରାମବାସୀ ।

ତେବେ ସମସ୍ୟା ବାବଦରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ବିଭାଗୀୟ ଅଧିକାରୀ ଚିହିକି ଉଠୁଛନ୍ତି । ଗୋଟେ ପଟେ ସରକାର ସାଧାରଣ ଲୋକଙ୍କୁ ଭଦ୍ର ବ୍ୟବହାର କରିବା ପାଇଁ କର୍ମଚାରୀଙ୍କୁ ତାଗିଦ କରୁଥିବା ବେଳେ ସରକାରୀ ବାବୁମାନେ ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି । ସରକାରୀ ବାବୁ ମାନେ ସର୍ବ ସମ୍ମୁଖରେ ଉଲଗ୍ନ ମଧ୍ୟ ହେବାକୁ ପଛାଉ ନାହାନ୍ତି । ଏଥିରୁ ଜଣା ପଡୁଛି କେତେ ସ୍ବଚ୍ଛ ଆମ ସରକାର ଓ ଶାସନ କଳ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details