ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ସହରରେ ଜାରି ରହିଛି ଗ୍ରୀଷ୍ମପ୍ରବାହ । ଏହି ମୁଣ୍ଡଫଟା ଖରା ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି, ଯାହାଦ୍ବାରା ସଭିଏଁ ପାଣିମୁହାଁ ହେଉଛନ୍ତି । ହେଲେ ସହରର ବିଭିନ୍ନ ସ୍ଥାନରେ ଥଣ୍ଡା ପାଣି ଯୋଗାଇ ଦେବା ପାଇଁ ପୌର ପରିଷଦ ପକ୍ଷରୁ ତିଆରି ହୋଇଥିବା ପାନୀୟ ଜଳ ପ୍ରକଳ୍ପସବୁ ଫେଲ ମାରିଛି।
ସହରର ମଝିପଡା, କଚେରୀ ଛକ, ତହସିଲ ଅଫିସ ଛକ, ବିଜୁପଟ୍ଟନାୟକ ଛକ ଆଦି 12ଟି ସ୍ଥାନରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ତିଆରି କରାଯାଇଛି। ହେଲେ ସେସବୁ ଥାଇ ନଥିବା ପରି । କେଉଁଠି ପ୍ରକଳ୍ପ ଅଚଳ ହୋଇ ପଡିଛି ତ ଆଉ କେଉଁଠି ପ୍ରକଳ୍ପରୁ ଗରମ ପାଣି ବାହାରୁଛି । ଆଉ କେଉଁଛି ପ୍ରକଳ୍ପ ଟ୍ୟାପରୁ ଭଲ ଭାବେ ପାଣି ବାହାରୁ ନାହିଁ ।