ସୁବର୍ଣ୍ଣପୁର: ଶୀତ ଦିନରେ ପିଇବା ପାଣିର ସଙ୍କଟ । ପାଣି ବୁନ୍ଦାଏ ପାଇଁ ଡହଳବିକଳ ସୁବର୍ଣ୍ଣପୁର ଜିଲ୍ଲାର ଜାଲୋଏ ଗ୍ରାମବାସୀ । ପାନୀୟ ପ୍ରକଳ୍ପ ଥାଇ ମଧ୍ୟ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । କାହଁକିନା ପାନୀୟ ଜଳ ପ୍ରକଳ୍ପଟି ବହୁ ଦୂରରେ ଥିବାବେଳେ କିଛି ମାସ କାର୍ଯ୍ୟକ୍ଷମ ହେବା ପରେ ଅଚଳ ହୋଇପଡିଛି । ତେବେ ପ୍ରକଳ୍ପ କାର୍ଯ୍ୟ ମରାମତି କରି ପାଣି ଯୋଗାଇ ଦେବାକୁ ଅନେକ ଦାବି ହୋଇଥିଲେ ମଧ୍ୟ ପ୍ରକଳ୍ପ ମରାମତି ହୋଇପାରିନାହିଁ । ଫଳରେ ଆଜକୁ ପ୍ରାୟ 15 ଦିନ ହେଲା ଗ୍ରାମରେ ପାଣି ପାଇଁ ହାହାକାର ସୃଷ୍ଟି ହୋଇଛି ।
ଶୀତ ଦିନରେ ଜଳ ସଙ୍କଟ, ପ୍ରକଳ୍ପ ଥାଇ ମଧ୍ୟ ପିଇବା ପାଣିରୁ ବଞ୍ଚିତ ଜାଲୋଏ ଗ୍ରାମବାସୀ - ପିଇବା ପାଣିରୁ ବଞ୍ଚିତ ଜାଲୋଏ ଗ୍ରାମବାସୀ
ପାଣି ବୁନ୍ଦାଏ ପାଇଁ ଡହଳବିକଳ ସୁବର୍ଣ୍ଣପୁର ଜିଲ୍ଲାର ଜାଲୋଏ ଗ୍ରାମବାସୀ । ଫେଲମାରିଛି ପାନୀୟ ଜଳ ପ୍ରକଳ୍ପ (Drinking water project ) । ଅଧିକ ପଢନ୍ତୁ
ପ୍ରକଳ୍ପର ସମ୍ପ ଖୋଲା ରହିଥିବାରୁ ଲୋକଙ୍କୁ ପାଣି ଯୋଗାଇ ଦିଆଯାଉଥିଲା । ହେଲେ ଆଜକୁ ଦୁଇ ସପ୍ତାହରୁ ଅଧିକ ସମୟ ହେଲା ପାନୀୟ ପ୍ରକଳ୍ପ ଗାଁ ଲୋକଙ୍କ ଶୋଷ ମେଣ୍ଟାଇବାରେ ବିଫଳ ହୋଇଛି। ତେବେ ପ୍ରକଳ୍ପ ଦାୟିତ୍ୱରେ ଥିବା ବୈଷୟିକ ବିଭାଗ ଏଦିଗରେ ପଦକ୍ଷେପ ନେଉଥିବା ଅଭିଯୋଗ ହୋଇଛି । ଦୀର୍ଘ ଦିନ ପରେ ଗାଁରେ ଜିଲ୍ଲା ଜଳ ଓ ପରିମଳ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ପାନୀୟ ପ୍ରକଳ୍ପ ତିଆରି ହୋଇଛି ସତ । ହେଲେ ଗାଁ ଲୋକଙ୍କୁ ନିୟମିତ ପାଣି ଯୋଗାଇ ଦେବାରେ ଏହା ବିଫଳ ହୋଇଛି । ଶେଷରେ ବାଧ୍ୟ ହୋଇ ଗାଁରେ ଥିବା ଏକ ଖୋଲା କୂଅରୁ ପାଣି ପିଉଛନ୍ତି ଗ୍ରାମବାସୀ । ଏଥି ସହ ସ୍ନାନ ଶୌଚ ତଥା ଗୃହପାଳିତ ପଶୁଙ୍କ ବ୍ୟବହାର ପାଇଁ ଲୋକଙ୍କୁ ପୂର୍ବପରି ନିକଟସ୍ଥ ନାଳ ଉପରେ ନିର୍ଭର କରିବାକୁ ପଡ଼ୁଛି । ତୁରନ୍ତ ପ୍ରକଳ୍ପର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାଣି ଯୋଗାଇ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ