ସୁବର୍ଣ୍ଣପୁର: ବର୍ଷା ଋତୁ ଆରମ୍ଭ ନହେଉଣୁ ରାସ୍ତାରେ ଜମି ରହିଛି ଆଣ୍ଠୁଏ ପାଣି । ଯାହା ଏକ ପୋଖରୀର ଭ୍ରମ ସୃଷ୍ଟି କରୁଛି । ଏହା କୌଣସି ଅପାନ୍ତର ରାଇଜ ନୁହେଁ । ଏହା ହେଉଛି ସୁବର୍ଣ୍ଣପୁର ସହର ପୂର୍ତ୍ତ ବିଭାଗର ଏକ ରାସ୍ତାର ଦୃଶ୍ୟ । ଯେଉଁଠି ଜମି ରହିଛି ଆଣ୍ଠୁଏ ଉଚ୍ଚାର ଡ୍ରେନ ପାଣି ।
ତେବେ ଏ ଦୃଶ୍ୟ ବର୍ଷା ପାଇଁ ନୁହେଁ, ବରଂ ଝୁପୁଡିପଡାର ଲୋକେ ବ୍ୟବହାର କରୁଥିବା ଡ୍ରେନ ପାଣି ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଆଜକୁ ପ୍ରାୟ 6 ମାସରୁ ଉର୍ଦ୍ଧ୍ବ ହେବ ରାସ୍ତା ଉପରେ ଜମି ରହୁଛି ଆଣ୍ଠୁଏ ପାଣି । ଏବେ ରାସ୍ତାର ଗୋଟିଏ ପାର୍ଶ୍ୱରେ ଘରୋଇ ପାଚେରୀ ନିର୍ମାଣ ହେଉ ଥିବାରୁ ପାଣି ଆଉ ଅପର ପାର୍ଶ୍ୱକୁ ଯାଇ ପାରୁନାହିଁ। ଫଳରେ ଜନସାଧାରଣଙ୍କ ଯାତାୟାତରେ ଘୋର ସମସ୍ୟା ଦେଖା ଦେଇଛି ।