ସୁବର୍ଣ୍ଣପୁର: କୋରୋନା ଯୋଗୁଁ ଦୀର୍ଘଦିନ ଧରି ବନ୍ଦ ଥିବା ମନ୍ଦିରକୁ ସ୍ବଚ୍ଛ କରିବାକୁ ଆଗେଇ ଆସିଲେ ସ୍ବେଚ୍ଛାସେବୀ। ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ଶୈବପୀଠ ନିକଟସ୍ଥ ପାପକ୍ଷୟ ଘାଟକୁ ସ୍ବେଚ୍ଛାସେବୀମାନେ ପରିଷ୍କାର ପରିଚ୍ଛନ୍ନ କରିଥିବା ଦେଖିବାକୁ ମିଳିଛି ।
ଶୈବପୀଠ ପରିସରକୁ ସାନିଟାଇଜ କଲେ ସ୍ବେଚ୍ଛାସେବୀ କୋରୋନା ଯୋଗୁଁ ମହାନଦୀ କୂଳରେ ଥିବା ଏହି ଐତିହାସିକ ଶୈବପୀଠଟି ବନ୍ଦ ରହିଥିଲା । ଆଜିକୁ ପ୍ରାୟ 10 ମାସ ହେଲା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଯାଆସ ଉପରେ କଟକଣା ଲଗାଇଥିଲା ପ୍ରଶାସନ। ସେବାୟତମାନେ ମନ୍ଦିରର ନୀତିକାନ୍ତି କରି ମୁଖ୍ୟ ଫାଟକକୁ ବନ୍ଦ ରଖୁଥିଲେ। ଫଳରେ ଶ୍ରଦ୍ଧାଳୁମାନେ ଈଶ୍ବରଙ୍କୁ ଦର୍ଶନ କରିବାର ସୌଭାଗ୍ୟରୁ ବଞ୍ଚିତ ହେଉଥିଲେ ।
ପାପକ୍ଷୟ ଘାଟକୁ ପରିଷ୍କାର କରୁଛନ୍ତି ସ୍ବେଚ୍ଛାସେବୀ ତେବେ ଏବେ ଧୀରେ ଧୀରେ ଏହି ପୀଠକୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଆସିବା ଆରମ୍ଭ ହୋଇଛି। କୋରୋନା କାଳରେ ବନ୍ଦ ହୋଇଥିବା ଏହି ପୂଣ୍ୟପୀଠ ଅଳିଆ ଆବର୍ଜନାରେ ଭରି ପଡିଥିଲା। ତେବେ ବିନିକା ସହରର ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲ୍ପ ଟୁ ଅଦର୍ସର ସଭ୍ୟମାନେ ଏହି ପୂଣ୍ୟପୀଠଟିର ପରିଷ୍କାର ପରିଚ୍ଛନ୍ନ କରିବା ସହିତ ପାପକ୍ଷୟରେ ଏକ ଅଶ୍ବଥ ଗଛର ଚାରା ରୋପଣ କରିଛନ୍ତି ।
ପର୍ଯ୍ୟଟକଙ୍କ ବିଶ୍ରାମ କରୁଥିବା ସ୍ଥାନକୁ ମହାନଦୀ ପାଣିରେ ଧୋଇ ସାନିଟାଇଜ କରିଛନ୍ତି । ସ୍ବେଚ୍ଛାସେବୀଙ୍କ ଏହି କାର୍ଯ୍ୟକୁ ସହରର ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ