ଓଡିଶା

odisha

By

Published : May 1, 2021, 9:33 PM IST

ETV Bharat / state

କର୍ତ୍ତବ୍ୟରତ ପୋଲିସଙ୍କୁ ଥଣ୍ଡା ପାନୀୟ ଦେଲେ ସ୍ବେଚ୍ଛାସେବୀ

ସୁବର୍ଣ୍ଣପୁର ଜିଲ୍ଲା ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଲାଗୁ ହୋଇଛି । ପ୍ରତି ସପ୍ତାହର ଶନିବାର ଓ ରବିବାର ଦୁଇ ଦିନ ସଟଡାଉନ ହେଉଥିବାବେଳେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିଛି । ଅଧିକ ପଢନ୍ତୁ...

କର୍ତ୍ତବ୍ୟରତ ପୋଲିସଙ୍କୁ ଥଣ୍ଡା ପାନୀୟ ଦେଲେ ସ୍ବେଚ୍ଛାସେବୀ
କର୍ତ୍ତବ୍ୟରତ ପୋଲିସଙ୍କୁ ଥଣ୍ଡା ପାନୀୟ ଦେଲେ ସ୍ବେଚ୍ଛାସେବୀ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଲାଗୁ ହୋଇଛି । ପ୍ରତି ସପ୍ତାହର ଶନିବାର ଓ ରବିବାର ଦୁଇ ଦିନ ସଟଡାଉନ ହେଉଥିବାବେଳେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିଛି । ଏସପି ସୀତାରାମ ଶତପଥୀ ନିଜେ ସଟଡାଉନ ତଦାରଖ କରୁଛନ୍ତି ।

କର୍ତ୍ତବ୍ୟରତ ପୋଲିସଙ୍କୁ ଥଣ୍ଡା ପାନୀୟ ଦେଲେ ସ୍ବେଚ୍ଛାସେବୀ

ଜିଲ୍ଲା ସଦର ମହକୁମା ସହିତ ବିରମହରାଜପୁର, ବିନିକା ଓ ତରଭା ଆଦି ସହରରେ ସଟଡାଉନ ହୋଇଛି । ସହରାଞ୍ଚଳର ଗୁରୁତ୍ୱପୂର୍ଣ୍ଣ ଜାଗା ଗୁଡ଼ିକରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଅମାନିଆଙ୍କ ଉପରେ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ତେବେ ପୋଲିସ କର୍ମଚାରୀମାନେ ପ୍ରଚଣ୍ଡ ଗ୍ରୀଷ୍ମରେ ନିଜ ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି ।

କର୍ତ୍ତବ୍ୟରତ ପୋଲିସଙ୍କୁ ଥଣ୍ଡା ପାନୀୟ ଦେଲେ ସ୍ବେଚ୍ଛାସେବୀ
କର୍ତ୍ତବ୍ୟରତ ପୋଲିସଙ୍କୁ ଥଣ୍ଡା ପାନୀୟ ଦେଲେ ସ୍ବେଚ୍ଛାସେବୀ

ପୋଲିସ କର୍ମଚାରୀଙ୍କ ପାଇଁ ସ୍ୱେଚ୍ଛାସେବୀମାନେ ଥଣ୍ଡା ପାନୀୟ, ଘୋଳ ଦହି, ପିଇବା ପାଣି, ଅନେକ ପ୍ରକାରର ବିସ୍କୁଟ ଆଦି ପ୍ରଦାନ କରୁଛନ୍ତି । ଜନସାଧାରଣ କୋଭିଡ ସଂକ୍ରମଣ ନହେବା ପାଇଁ ଘରେ ରହିଥିବାବେଳେ ପୋଲିସ ବାହୀନି ପ୍ରଚଣ୍ଡ ଗ୍ରୀଷ୍ମରେ କର୍ତ୍ତବ୍ୟରତ ଅଛନ୍ତି ।

ତେବେ ସ୍ବେଛାସେବୀଙ୍କ ଏପରି ଛୋଟିଆ ସହଯୋଗ ପୋଲିସ ବାହିନୀର ମନୋବଳ ବଢ଼ାଇଛି । ଆଜି 130 ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବାବେଳେ ଦିନକୁ ଦିନ ସଂକ୍ରମଣ ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ ଲୋକଙ୍କ ଭିତରେ ବି ମହାମାରୀକୁ ନେଇ ଭୟର ମାହୋଲ ରହିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details