ସୁବର୍ଣ୍ଣପୁର: ମହାମାରୀ କୋରୋନା ଭୂତାଣୁଠାରୁ ଦୁରେଇ ରହିବା ପାଇଁ ସାରା ଦେଶରେ ଏବେ ଲକଡାଉନ ଚାଲିଛି । ଲୋକଙ୍କୁ ଘରେ ସତର୍କତାର ସୁରକ୍ଷିତ ରହିବା ପାଇଁ ସରକାର ଅନେକ ଗୁଡିଏ ଯୋଜନା ସହ ବାରମ୍ବାର ପରାମର୍ଶ ଦେଉଛନ୍ତି । ତେବେ ସମସ୍ତଙ୍କୁ ସରକାରୀ ରାସନ ସାମଗ୍ରୀ ଯୋଗାଇ ଦେବା ପଇଁ ପ୍ରତିଶୃତିବଦ୍ଧ ଅଛି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ । ଏହି କ୍ଷେତ୍ରରେ ଶ୍ରମିକଙ୍କୁ ମାଗଣାରେ ମାସ୍କ ବଣ୍ଟନ କରୁଛନ୍ତି ଜଣେ ସ୍ବେଚ୍ଛାସେବୀ ।
ଶ୍ରମିକଙ୍କୁ ମାସ୍କ ବାଣ୍ଟିଲେ ସ୍ବେଚ୍ଛାସେବୀ - Volunteers distributed masks to workers
ମହାମାରୀ କୋରୋନା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ସରକାରୀ ରାସନ ସାମଗ୍ରୀ ଯୋଗାଇ ଦେଉଥିବା ବେଳେ ଶ୍ରମିକଙ୍କୁ ମାଗଣାରେ ମାସ୍କ ବଣ୍ଟନ କରୁଛନ୍ତି ଜଣେ ସ୍ବେଚ୍ଛାସେବୀ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ଶ୍ରମିକଙ୍କୁ ମାସ୍କ ବାଣ୍ଟିଲେ ସ୍ବେଚ୍ଛାସେବୀ ଶ୍ରମିକଙ୍କୁ ମାସ୍କ ବଣ୍ଟିଲେ ସ୍ବେଚ୍ଛାସେବୀ](https://etvbharatimages.akamaized.net/etvbharat/prod-images/768-512-6768116-847-6768116-1586711966759.jpg)
ଶ୍ରମିକଙ୍କୁ ମାସ୍କ ବଣ୍ଟିଲେ ସ୍ବେଚ୍ଛାସେବୀ
ଶ୍ରମିକଙ୍କୁ ମାସ୍କ ବଣ୍ଟିଲେ ସ୍ବେଚ୍ଛାସେବୀ
ଏହି ରାସନ ପାଇଁ ସରକାରୀ ଗୋଦାମରୁ ଚାଉଳ ସବୁ ବିଭିନ୍ନ ପଞ୍ଚାୟତକୁ ଯାଉଛି । ଏହି ଚାଉଳ ପରିବହନରେ ନିୟୋଜିତ ଶ୍ରମିକ ଓ କର୍ମଚାରୀମାନଙ୍କୁ ମାଗଣାରେ ମାସ୍କ ପ୍ରଦାନ କରିଛନ୍ତି ସହରର ସ୍ବେଚ୍ଛାସେବୀ ବଣ୍ଟି ଅଗ୍ରୱାଲ । ଜିଲ୍ଲାରେ ଥିବା କେନ୍ଦ୍ରୀୟ ପାଣ୍ୟାଗାର, ରାଜ୍ୟ ପାଣ୍ୟାଗାର ସମେତ ସମସ୍ତ ଗୋଦାମରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ମାସ୍କ ଦେବା ସହ ସାମାଜିକ ଦୂରତ୍ବ ରକ୍ଷା କରିବା ପାଇଁ ସଚେତନ କରିଛନ୍ତି । ତାଙ୍କର ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ
TAGGED:
ସ୍ବେଚ୍ଛାସେବୀଙ୍କ ଉତ୍ତମ ପ୍ରୟାସ