ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ କୋରୋନାର ମୁକାବିଲା ପାଇଁ ଅନେକ ସ୍ବେଚ୍ଛାସେବୀ ସଂଗଠନ ଆଗେଇ ଆସିଛନ୍ତି । ଏନେଇ ସକାଳ ସମୟରେ ଅନେକ ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗୁଡିକ ଭୋକିଲା ଲୋକଙ୍କୁ ଆହାର ଯୋଗାଇ ଦେବା ସହିତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ପାଇଁ କାଢା ପ୍ରସ୍ତୁତ କରି ବଣ୍ଟନ କରୁଛନ୍ତି ।
ସଦର ମହକୁମା ସହିତ ବିରମହରାଜପୁର ଓ ବିନିକା ସହରରେ କାଢା ପ୍ରସ୍ତୁତ କରି ବଣ୍ଟନ କରାଯାଉଛି । ସକାଳୁ ସକାଳୁ ଲୋକେ ବଜାର ଜିବା ପାଇଁ ଘରୁ ବାହାରୁଥିବା ବେଳେ ସେମାନଙ୍କୁ କାଢା ପ୍ରଦାନ କରାଯାଉଛି । ଏହି କାର୍ଯ୍ୟରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ,କେଶରୀଆ ହିନ୍ଦୁ ବାହୀନି , ଭାରତୀୟ ଜନତା ପାର୍ଟି ସମେତ ଅନ୍ୟାନ୍ୟ ଅନୁଷ୍ଠାନ ଏହି କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି ।