ସୁବର୍ଣ୍ଣପୁର: କୋରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସୁବର୍ଣ୍ଣପୁର ତରଭାର ଯୁବ ସମାଜସେବୀ ଭୋଲା ବର୍ମା ମାସ୍କ ବଣ୍ଟନ କରିଛନ୍ତି । ଗୋଷ୍ଠୀ ଚିକିତ୍ସାଳୟକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ, ସଫେଇ କର୍ମଚାରୀ, ଫଳ, ତେଜରାତି ଦୋକାନୀଙ୍କୁ ମାସ୍କ ପ୍ରଦାନ କରିଛନ୍ତି ।
ନିଜ ବ୍ୟୟରେ ମାସ୍କ ତିଆରି କରି ବାଣ୍ଟିଲେ ସ୍ବେଚ୍ଛାସେବୀ
ସୁବର୍ଣ୍ଣପୁର ତରଭାର ଯୁବ ସମାଜସେବୀ ନିଜ ବ୍ୟୟରେ ମାସ୍କ ତିଆରି କରି ବଣ୍ଟନ କରିଛନ୍ତି । କୋରୋନା ସଂକ୍ରମଣରୁ ନିଜକୁ ଓ ନିଜ ଅଞ୍ଚଳବାସୀଙ୍କୁ ରକ୍ଷା ପାଇଁ ସେ ବିଭିନ୍ନ ପ୍ରକାର ଉପାୟ ଆପଣାଇଛନ୍ତି । ଅଧିକ ପଢନ୍ତୁ..
ନିଜ ବ୍ୟୟରେ ମାସ୍କ ତିଆରି କରି ବାଣ୍ଟିଲେ ସ୍ବେଚ୍ଛାସେବୀ
ସେହିପରି କୋରୋନା ମୁକାବିଲାର ବଡ ଯୋଦ୍ଧା ପୋଲିସ , ସ୍ବାସ୍ଥ୍ୟକର୍ମୀ ଓ ସାମ୍ବାଦିକଙ୍କୁ ସେ 200ରୁ ଅଧିକ ମାସ୍କ ଦେଇଛନ୍ତି । ଭୋଲା ଲକଡାଉନ ହେବା ପରେ ସହରର ପୋଲିସ ଷ୍ଟେସନ ନିକଟରେ ଥିବା ଏସବିଆଇ ଏଟିଏମରେ 7 ଦିନ ପାଇଁ ହାତ ଧୋଇବା କାର୍ଯ୍ୟକ୍ରମ କରିଥିଲେ । ଏଥିସହ ହାଇଡ୍ରୋକ୍ଲୋରିକ ସୋଲୁସନ ଓ ବ୍ଲିଚିଂ ପାଣିରେ ମିଶାଇ ଲକଡାଉନରେ ଖୋଲା ଥିବା ସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନରେ ସିଞ୍ଚନ କରିଥିଲେ । ଏପରି କାର୍ଯ୍ୟ ପାଇଁ ତରଭା ସହରବାସୀ ଭୋଲାଙ୍କୁ ବେଶ ପ୍ରଶଂସା କରିଛନ୍ତି ।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ
Last Updated : Apr 10, 2020, 11:34 AM IST