ଓଡିଶା

odisha

ETV Bharat / state

ଭାଇଚାରାର ଅନନ୍ୟ ନିଦର୍ଶନ, ଦେବଶିଳ୍ପୀଙ୍କୁ ଆରଧନା କଲେ ମୁସଲିମ ଶ୍ରଦ୍ଧାଳୁ - Vishwakarma puja

ଐତିହାସିକ ସହର ସୁବର୍ଣ୍ଣପୁରରେ କୋଭିଡ କଟକଣା ଭିତରେ ପାଳିତ ହୋଇଯାଇଛି ବିଶ୍ବକର୍ମାପୂଜା । ଏଠି ହିନ୍ଦୁ ଓ ମୁସଲମାନ ମିଶି ମନାନ୍ତି ସବୁ ଉତ୍ସବ ଅଧିକ ପଢନ୍ତୁ...

ମୁସଲମାନ ଶ୍ରଦ୍ଧାଳୁଙ୍କ ବିଶ୍ୱକର୍ମା ପୂଜା, ସାମ୍ପ୍ରଦାୟିକ ଭାତୃଭାବର ଅନନ୍ୟ ଉଦାହରଣ
ମୁସଲମାନ ଶ୍ରଦ୍ଧାଳୁଙ୍କ ବିଶ୍ୱକର୍ମା ପୂଜା, ସାମ୍ପ୍ରଦାୟିକ ଭାତୃଭାବର ଅନନ୍ୟ ଉଦାହରଣ

By

Published : Sep 17, 2020, 11:55 AM IST

ସୁବର୍ଣ୍ଣପୁର: ଆଜି ବିଶ୍ବକର୍ମା ପୂଜା । ଏନେଇ ସୁବର୍ଣ୍ଣପୁର ସହରରେ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଐତିହାସିକ ସହରରେ ବିଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରୁଥିବା ବେଳେ ହିନ୍ଦୁ ପର୍ବ ପର୍ବାଣୀରେ ମୁସଲମାନ ଶ୍ରଦ୍ଧାଳୁ କାହିଁ କେତେ ଦିନରୁ ସାମିଲ ହୋଇ ଆସୁଛନ୍ତି। ସହରର ଐତିହାସିକ କାଳୀପୂଜାରେ ମୁସଲମାନ ଶ୍ରଦ୍ଧାଳୁ ସାମିଲ ହୋଇ ଆସୁଥିବା ବେଳେ ଆଜି ବିଶ୍ୱକର୍ମା ପୂଜାରେ ବି ଏହି ଶ୍ରଦ୍ଧାଳୁ ମାନେ ବିଭିନ୍ନ ସ୍ଥାନରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

ମୁସଲମାନ ଶ୍ରଦ୍ଧାଳୁଙ୍କ ବିଶ୍ୱକର୍ମା ପୂଜା, ସାମ୍ପ୍ରଦାୟିକ ଭାତୃଭାବର ଅନନ୍ୟ ଉଦାହରଣ

ସେହିପରି ସହରର ହାତୀଶାଳଠାରେ ନିଜ ଗ୍ୟାରେଜ କରିଥିବା ମଝିପଡାର ବାବୁ ପଠାନ ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା କରିଛନ୍ତି। ସେ ନିଜ ପରିବାର ସହିତ ନିଜ ସମ୍ପ୍ରଦାୟର ଶ୍ରଦ୍ଧାଳୁ ମାନଙ୍କୁ ନିମନ୍ତ୍ରଣ କରିବା ସହିତ ହିନ୍ଦୁ ଶ୍ରଦ୍ଧାଳୁ ମାନଙ୍କୁ ଦେବ ଶିଳ୍ପୀଙ୍କ ଦର୍ଶନ କରିବା ସହିତ ପ୍ରସାଦ ପାଇବାକୁ ନିମନ୍ତ୍ରଣ କରିଛନ୍ତି । ନିଜ ଧର୍ମରେ ତାଙ୍କର ଅଗାଢ ବିଶ୍ୱାସ ଥିବାବେଳେ ହିନ୍ଦୁ ପର୍ବ ପର୍ବାଣୀରେ ନିଜକୁ ସାମିଲ କରି ସାମ୍ପ୍ରଦାୟିକ ଭାତୃଭାବର ଉଦାହରଣ ଦେଇଛନ୍ତି ।

ପ୍ରକୃତରେ ସୁବର୍ଣ୍ଣପୁରରେ ହିନ୍ଦୁ, ମୁସଲମାନ, ମହିମା, ନାଥ ଆଦି ଧର୍ମର ଲୋକେ ବସବାସ କରୁଥିବା ବେଳେ ଏମିତି ସାମ୍ପ୍ରଦାୟିକ ସହାବସ୍ଥାନର ଅନେକ ଉଦାହରଣ ଦେଖିବାକୁ ମିଳେ। ଯାହା ଆମ ଜାତୀୟ ସଂହତି ରକ୍ଷା କରିବାରେ ସହାୟକ ହୋଇଥାଏ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details