ଓଡିଶା

odisha

ETV Bharat / state

ହାତୀ ଉପଦ୍ରବ ଜାରି: ବନ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଗାଁ ଲୋକେ ବନ ବିଭାଗର କର୍ମଚାରୀଙ୍କୁ ଅଟକ ରଖିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ କିର୍ତ୍ତିପୁରରେ ଗତକାଲି ରାତିରେ ହାତୀପଲ ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ହାତୀ ଉପଦ୍ରବ ଜାରି; ବନ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ
ହାତୀ ଉପଦ୍ରବ ଜାରି; ବନ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

By

Published : Nov 23, 2021, 4:44 PM IST

ସୁବର୍ଣ୍ଣପୁର: ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଗାଁ ଲୋକେ ବନ ବିଭାଗର କର୍ମଚାରୀଙ୍କୁ ଅଟକ ରଖିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ସଦର ରେଞ୍ଜ କିର୍ତ୍ତିପୁରରେ ଗତକାଲି ରାତିରେ ହାତୀପଲ ବ୍ୟାପକ କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି ।

ହାତୀ ଉପଦ୍ରବ ଜାରି; ବନ କର୍ମଚାରୀଙ୍କୁ ଘେରିଲେ ଗ୍ରାମବାସୀ

ହାତୀ ଘଉଡାଇବା ପାଇଁ ବନ ବିଭାଗ ବିଫଳ ହେଉଥିବା ଲୋକଙ୍କ ଧନଜୀବନ କ୍ଷତି ହେଉଥିବା ସମୟରେ ବନ କର୍ମଚାରୀମାନେ ଘରେ ଶୋଇଥିବା ଅଭିଯୋଗ କରିଛନ୍ତି । ହାତୀପଲକୁ ଜଙ୍ଗଲକୁ ଘଉଡାଇବାରେ ବନ ବିଭାଗ ଫେଲ ମାରିଥିବାବେଳେ ଗାଁ ଲୋକଙ୍କୁ ହାତୀ ଘଉଡାଇବାରେ ସହାୟତା କରୁ ନ ଥିବା ଅଭିଯୋଗ ହେଉଛି । ଫଳରେ ଉତ୍ୟକ୍ତ ଗ୍ରାମବାସୀ ଆଜି ଦାବି ପୂରଣ ପାଇଁ ବନ କର୍ମଚାରୀଙ୍କୁ ଘେରିବା ସହ ଅଟକ ରଖିଛନ୍ତି । ଗାଁ ନିକଟରେ ଥିବା ହାତୀ ପଲକୁ ଘଉଡାଇବା ସହ କ୍ଷୟକ୍ଷତିର ଆକଳନ କରି ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ।

ଗତକାଲି କୁଦୋପାଲି ଗାଁରେ ଘର ଦ୍ବାର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଥିଲେ । ତା ସହ ଘର ଭିତରେ ଥିବା ଧାନ ଚାଉଳ ଖାଇ ଦେଇଥିଲେ । ଆଜି ମଧ୍ୟ କିର୍ତ୍ତିପୁର, ଖଲିଆପାଲି ଓ ରୁଗୁଡିପାଲି ଅଂଚଳର ଅନେକ ଧାନ ଚାଷ ଦଳି ଚକଟି ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details