ଓଡିଶା

odisha

ETV Bharat / state

ଗଛକଟାକୁ ନେଇ ଉତ୍ତେଜନା, ଗ୍ରାମବାସୀ ପୋଲିସ ମୁହାଁମୁହିଁ - clash over tree cutting in Subarnapur

ସୁବର୍ଣ୍ଣପୁର ଜିଲ୍ଲାରେ ବିରମହାରାଜପୁର ବ୍ଲକରେ ଗଛକଟାକୁ ନେଇ ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଅଧିକ ପଢନ୍ତୁ...

Villagers, police clash over tree cutting in Subarnapur
ଗଛକଟାକୁ ନେଇ ଉତ୍ତେଜନା, ଗ୍ରାମବାସୀ ପୋଲିସ ମୁହାଁମୁହିଁ

By

Published : Jan 12, 2021, 1:06 PM IST

ସୁବର୍ଣ୍ଣପୁର:ଜିଲ୍ଲାରେ ବିରମହାରାଜପୁର ବ୍ଲକ ବାରଝୁଲା ଗ୍ରାମରେ ଗଛକଟାକୁ ନେଇ ଉତ୍ତେଜନା ଦେଖାଦେଇଛି । ରାସ୍ତା ମଝିରେ ଥିବା ବରଗଛ କଟାକୁ ବିରୋଧ କରି ଗ୍ରାମବାସୀ ଓ ପୋଲିସ ପ୍ରଶାସନ ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି ।

ଗଛକଟାକୁ ନେଇ ଉତ୍ତେଜନା, ଗ୍ରାମବାସୀ ପୋଲିସ ମୁହାଁମୁହିଁ

ମିଳିଥିବା ସୂଚନା ଅନୁସାରେ, ବାରଝୁଲା ଗ୍ରାମର ଲୋକମାନେ ଦୀର୍ଘଦିନରୁ ରାସ୍ତା ପାଇଁ ଦାବି କରିଆସୁଥିଲେ । ହେଲେ ରାସ୍ତା ମଝିରେ ଥିବା ଏକ ବରଗଛ କାଟିବାକୁ ନେଇ ଗାଁର କିଛି ଲୋକ ବିରୋଧ କରୁଥିବା ବେଳେ ରାସ୍ତା କାମ ଅଟକି ରହିଥିଲା ।

ଗଛକଟାକୁ ନେଇ ଉତ୍ତେଜନା, ଗ୍ରାମବାସୀ ପୋଲିସ ମୁହାଁମୁହିଁ

ବୀରମହାରାଜପୁର ବ୍ଲକ ପ୍ରଶାସନ ପୋଲିସକୁ ନେଇ ମଙ୍ଗଳବାର ଗଛ କାଟିବାକୁ ଯିବା ବେଳେ ଲୋକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେବାରୁ ପୋଲିସ ୧୪୪ ଧାରା ଲାଗୁ କରି ଗଛକଟାକୁ ଜାରି ରଖିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details