ଓଡିଶା

odisha

ETV Bharat / state

ରତ୍ନ ପଥର ଲୋଭରେ ଚାଲିଛି ଜମିଖୋଳା, ପୋଲିସର ଚଢାଉ

ବୀରମହାରାଜପୁର ଗୋପପାଲି ଗାଁରେ ମୂଲ୍ୟବାନ ରତ୍ନପଥର ଖନନକୁ ନେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ଲୋକେ ମୂଲ୍ୟବାନ ପଥର ଲୋଭରେ ହୀରାଲାଲଙ୍କ ଜମିର ବିଭିନ୍ନ ସ୍ଥାନ ଖୋଳି ଦେଉଛନ୍ତି । ଯାହାକୁ ନେଇ ଏବେ ଚିନ୍ତାରେ ପୋଲିସ ।

By

Published : Jun 18, 2019, 11:43 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ସୁବର୍ଣ୍ଣପୁର: ବୀରମହାରାଜପୁର ଗୋପପାଲି ଗାଁରେ ମୂଲ୍ୟବାନ ରତ୍ନପଥର ଖନନକୁ ନେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରାୟ ଦୁଇ ସପ୍ତାହରୁ ଅଧିକ ହେଲା ଗାଁର ହୀରାଲାଲ ମହାନନ୍ଦଙ୍କ ଜମିରେ ମୂଲ୍ୟବାନ ରତ୍ନ ପଥର ମିଳୁଥିବା ପ୍ରଚାର ହୋଇଥିଲା । ଲୋକେ ମୂଲ୍ୟବାନ ପଥର ଲୋଭରେ ହୀରାଲାଲଙ୍କ ଜମିର ବିଭିନ୍ନ ସ୍ଥାନ ଖୋଳି ଦେଉଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ହୀରାଲାଲ ବୀରମହାରାଜପୁର ଥାନାରେ ଅଭିଯୋଗ କରିବା ପରେ ଗତ ଜୁନ 6 ତାରିଖରେ ବଲାଙ୍ଗୀର ଖଣି ବିଭାଗର ଅଧିକାରୀ , ବୀରମହାରାଜପୁର ତହସିଲଦାର , ରାଜସ୍ବ ନିରୀକ୍ଷକ ତଥା ପୋଲିସ ଆଇଆଇସିଙ୍କ ଏକ ଟିମ ଘଟଣାସ୍ଥଳ ପରିଦର୍ଶନ କରି ଲୋକଙ୍କୁ ସେହି ସ୍ଥାନକୁ ଯିବା ପାଇଁ ମନା କରିଥିଲେ । ହେଲେ ରତ୍ନ ପଥର ଲୋଭରେ ଏବେ ବି ଲୋକେ କୋଦାଳ , ଶାବଳ ଆଦି ନେଇ ପଥର ମିଳୁଥିବା ସ୍ଥାନ ଖୋଳୁଛନ୍ତି ।

ବୀରମହାରାଜପୁର ପୋଲିସ ବିଭିନ୍ନ ସମୟରେ ଚଢାଉ କରି ସେହି ଯାଗାରୁ 22ଟି ସାଇକେଲ ଓ 2 ଟି ମୋଟର ସାଇକେଲ ଜବତ କରିଛି । ପୋଲିସ ପହଞ୍ଚିବା ଖବର ପାଇ ପଥର ଖୋଳୁଥିବା ଲୋକେ କୋଡି , ଶାବଳ ,ଅଖା ବସ୍ତା , ଡାଲା ,ସାଇକେଲ ଓ ମୋଟର ସାଇକେଲ ଆଦି ଛାଡି ଛତ୍ରଭଙ୍ଗ ଦେଇଥିଲେ । ପୋଲିସ ଘଟଣାସ୍ଥଳରୁ ରତ୍ନ ପଥର ଖୋଳିବା ପାଇଁ ବ୍ୟବହୃତ ସାମଗ୍ରୀ ସହିତ ମୋଟର ସାଇକେଲ ଓ ସାଇକେଲ ଜବତ କରି ବୀରମହାରାଜପୁର ଥାନ ପରିସରରେ ରଖିଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି ବୀରମହାରାଜପୁର ପୋଲିସ ଘଟଣାସ୍ଥଳରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details