ସୁବର୍ଣ୍ଣପୁର: ଜବରଦଖଲ ଉଚ୍ଛେଦ ଦାବି । ବୀରମହାରାଜପୁର ତହସିଲ କାର୍ଯ୍ୟାଳୟରେ ଶତାଧିକ ପୁରୁଷ ଓ ମହିଳା ତହସିଲ କାର୍ଯ୍ୟାଳୟକୁ ଆସି ଜବରଦଖଲ ଉଚ୍ଛେଦ ସମସ୍ୟା ସମାଧାନ କରିବା ପାଇଁ ଦାବି କରିଛନ୍ତି ।
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ବୁଠିପଦର ଗାଁ ଲୋକେ ତହସିଲଦାରଙ୍କ ଆଗରେ ଗାଁର ସମସ୍ୟା ଉପସ୍ଥାପନ କରିଛନ୍ତି । ଦୀର୍ଘ ଦିନରୁ ଗାଁର ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି । ରାସ୍ତାଟି କାଦୁଅ ପାଣିରେ ଭର୍ତ୍ତି ହୋଇରହିଛି । ଗାଁର ଜଣେ ବ୍ୟକ୍ତି ରାସ୍ତାର କିଛି ଜାଗା ବେଆଇନ ଭାବେ ଜବର ଦଖଲ କରିରଖିବା ସହ ଡ୍ରେନ ଖୋଳି ଦେଉନ ଥିବାରୁ ଅସରାଏ ବର୍ଷାରେ ପାଣି ଜମା ହୋଇରହୁଛି ।