ଓଡିଶା

odisha

ETV Bharat / state

ଗାଁ ଉପର ଦେଇଯାଇଛି ହେଭି ଲାଇନ ବିପଦରେ ଗ୍ରାମବାସୀ - ସୁବର୍ଣ୍ଣପୁର ଖବର

ସୁବର୍ଣ୍ଣପୁର ସହରର ଗ୍ରୀଡ଼ କଲୋନୀ ଉପରେ ବି ହେଭି ବିଦ୍ୟୁତ ତାର ଟଣା ଯାଇଛି । ଜିଲ୍ଲାର ଧୋବାବାହାଲି ଗାଁ ଉପର ଦେଇଯାଇଛି ହେଭି ଲାଇନ । ସ୍କୁଲ ଓ ଅଙ୍ଗନବାଡି ବିଦ୍ୟାଳୟ ଉପରେ 132 କେଭି ଲାଇନ ତାର ଯାଇଛି। ଅଧିକ ଜାଣନ୍ତୁ...

villagers-are-risk-of-heavy-lines-over-the-village-in-subarnapur
ଗାଁ ଉପର ଦେଇଯାଇଛି ହେଭି ଲାଇନ ବିପଦରେ ଗ୍ରାମବାସୀ

By

Published : Jun 17, 2020, 2:57 AM IST

ସୁବର୍ଣ୍ଣପୁର : ବିପଦରେ ଗାଁ ଲୋକେ । ସୁବର୍ଣ୍ଣପୁର ଜିଲ୍ଲା ଧୋବାବାହାଲି ଗାଁ ଉପର ଦେଇଯାଇଛି ହେଭି ଲାଇନ ।ସ୍କୁଲ ଓ ଅଙ୍ଗନବାଡି ବିଦ୍ୟାଳୟ ଉପରେ 132 କେଭି ଲାଇନ ତାର ଯାଇଛି। ସେହିପରି ଗାଁ ଉପରେ 33କେଭି ,11 କେଭି ବିଦ୍ୟୁତ ତାର ଟଣା ଯାଇଛି। ଫଳରେ ଗାଁର ଚାରିଆଡେ ଏକ ପ୍ରକାର ବିଦ୍ୟୁତ ତାର ଛାଉଣୀ ହୋଇଛି।

ଗାଁ ଉପର ଦେଇଯାଇଛି ହେଭି ଲାଇନ ବିପଦରେ ଗ୍ରାମବାସୀ

ସୁବର୍ଣ୍ଣପୁର ସହରର ଗ୍ରୀଡ଼ କଲୋନୀ ଉପରେ ବି ହେଭି ବିଦ୍ୟୁତ ତାର ଟଣା ଯାଇଛି ।ସରକାରୀ ଜାଗା ଥିବା ସତ୍ତ୍ବେ ଘରୋଇ ଜମିରେ ବିଦ୍ୟୁତ ତାର ଯାଇଥିବାରୁ ଜମି ମାଲିକ ମାନେ ବିଦ୍ୟୁତ ତାର ତଳେ ଘର ତିଆରି କରି ପାରୁ ନ ଥିବା ଅଭିଯୋଗ ହେଉଛି । ବିଦ୍ୟାଳୟ ଉପରେ ବିଦ୍ୟୁତ ତାର ଯାଇଥିବାରୁ ଛାତ୍ରଛାତ୍ରୀ ମାନଙ୍କ ଖେଳକୂଦରେ ବି ସମସ୍ୟା ଦେଖା ଦେଇଛି।ବିଦ୍ୟୁତ ତାର ଗୁଡିକ ହଟେଇବାକୁ ବିଭିନ୍ନ ଅଦାଲତରେ 12ଟି ମାମଲା ରୁଜୁ କରାଯାଇଥିବା ବେଳେ ଦୁଇଟି ମାମଲାରେ ଓପିଟିସିଏଲକୁ ବିଦ୍ୟୁତ ତାର ହଟେଇବାକୁ ନିର୍ଦ୍ଦେଶ ଦିଆଯାଇଛି।ଜନସାଧାରଣ ଅଦାଲତଙ୍କ ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବା ଜିଲ୍ଲା ପ୍ରଶାସନ ଓ ବିଦ୍ୟୁତ ବିଭାଗକୁ ଅନୁରୋଧ କରିଛନ୍ତି।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details