ସୁବର୍ଣ୍ଣପୁର:ଜିଲ୍ଲାରେ ଜଣେ ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରି ଭିଜିଲାନ୍ସ ବିଭାଗର ହାବୁଡ଼ରେ ପଡିଛନ୍ତି । ମାତ୍ର କିଛି ବର୍ଷର ଚାକିରୀ କରି ମାସିକ 21 ହଜ଼ାର ଟଙ୍କା ବେତନ ପାଇ ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ବିଭାଗ ଆକଳନ କରିଛି । ଆଜି(ଗୁରୁବାର) ସମ୍ବଲପୁର ଭିଜିଲାନ୍ସ ଡ଼ିଏସପି ଦାଶରଥି ସେଠୀଙ୍କ ନେତୃତ୍ବରେ ଏକ 18 ଜଣିଆ ଟିମ ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଚେରୁପାଲି ଗ୍ରାମ ପଞ୍ଚାୟତରେ କାର୍ଯ୍ୟରତ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଦୁର୍ଯୋଧନ ମେହେରଙ୍କ ସୋନପୁର ବାସଭବନରେ ଚଢ଼ାଉ କରିଛନ୍ତି ।
ଭିଜିଲାନ୍ସ କବଳରେ କୋଟିପତି ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ - vigilance raid on gramapanchayat excutive officer
ଭିଜିଲାନ୍ସ ଜାଲରେ ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ । ମାସିକ 21 ହଜାର ଟଙ୍କା ବେତନ ପାଇ କୋଟିଏ ଟଙ୍କାର ସମ୍ପତ୍ତି ଠୁଳ କରିଛନ୍ତି ସମ୍ପୃକ୍ତ ଅଧିକାରୀ । ଅଧିକ ପଢନ୍ତୁ...
ଭିଜିଲାନ୍ସ କବଳରେ କୋଟିପତି ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ
ଭିଜିଲାନ୍ସ ଟିମ ମୋଟ 97 ଲକ୍ଷ ଟଙ୍କାର ସମ୍ପତ୍ତି ଦୁର୍ଯ୍ୟୋଧନ ଠୁଳ କରିଥିବା ଆକଳନ କରିଛି । ସହରର ମାନିକେଶ୍ୱରୀ ପଡାରେ ଥିବା ତାଙ୍କ ଘରର ମୂଲ୍ୟ ପ୍ରାୟ 86 ଲକ୍ଷ 70 ହଜ଼ାର ଟଙ୍କା, 6 ଲକ୍ଷ ଟଙ୍କାର ଜୀବନ ବୀମା ଓ 6 ଲକ୍ଷ ଟଙ୍କାର ଘରୋଇ ଆସବାବପତ୍ର ରହିଥିବା ଭିଜିଲାନ୍ସ ସୂଚନା ଦେଇଛି । ପୁଣି ତାଙ୍କ ପୁଅ ଝିଅ ନାମୀ ଦାମୀ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବାବେଳେ ସାଧାରଣ ଜଣେ ସରକାରୀ ଚାକିରିଆ ଏତେ ସମ୍ପତ୍ତିର ଅଧିକାରୀ ହୋଇଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ
TAGGED:
subarnapur vigilance raid