ସୁବର୍ଣ୍ଣପୁର: ପୀଡ଼ିତ ପରିବାର ଉପରେ ପୋଲିସର ପକ୍ଷପାତିତା ଅଭିଯୋଗ । ଅଭିଯୁକ୍ତକୁ ଗିରଫ ନ କରି ପୀଡ଼ିତ ପରିବାର ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସ ଧମକ ଦେଉଛନ୍ତି। ଯାହାକୁ ନେଇ ଆହତ ଜଣକ ଅଭିଯୋଗ କରିଛନ୍ତି ।
ସୂଚନା ମୁତାବକ, ସୁବର୍ଣ୍ଣପୁର ଜିଲ୍ଲା ଚୌକା ଗ୍ରାମରେ ଗତ ଗୁରୁବାର ଘର ଆଗର ଡ୍ରେନକୁ ରାସ୍ତାରେ ପରିଣତ କରୁଥିବା ନେଇ ଦୁଇଟି ପରିବାର ଭିତରେ ବିବାଦ ଦେଖା ଦେଇଥିଲା । ଏହି ଘଟଣାକୁ ନେଇ ବିଜାରୁ ଜଗଦଲା ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ବିବାଦର ସମାଧାନ କରିବା ପାଇଁ ପ୍ରୟାସ କରିଥିଲେ। ଯାହା ଫଳରେ ଆକ୍ରମଣକାରୀ ପୟର ସିଂ ଓ ଜୟଦେବ ସିଂ ଘର ଲୋକେ ଗୋଷ୍ଠୀଗତ ଭାବେ ବିଜାରୁ ଘରେ ପଶି ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ଆକ୍ରମଣରେ ବିଜାରୁଙ୍କ ପରିବାର ମଧ୍ୟରୁ ସାତ ଜଣ ଆହତ ହୋଇଛନ୍ତି । ଏବଂ ଆହତ ବିଜାରୁଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।