ଓଡିଶା

odisha

ETV Bharat / state

ପାକିସ୍ତାନ ମୁର୍ଦ୍ଦାବାଦ କୁହ: ଲଙ୍କା ସହ ଧନିଆ ପତ୍ର ନିଅ - ମାଗଣାରେ

ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ଛୋଟ ପରିବା ବେପାରୀଙ୍କ ଦେଶପ୍ରେମର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନ ମୁର୍ଦ୍ଦାବାଦ ବୋଲି କହିଲେ ଗ୍ରାହକ କଞ୍ଚାଲଙ୍କା ଓ ଧନିଆ ପତ୍ର ମାଗଣାରେ ପାଉଛନ୍ତି ।

ଫଟୋ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

By

Published : Aug 17, 2019, 12:04 PM IST

ସୁବର୍ଣ୍ଣପୁର: ଜିଲ୍ଲାରେ ଜଣେ ଛୋଟ ପରିବା ବେପାରୀଙ୍କ ଦେଶପ୍ରେମର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଜଣେ ଯୁବ ପରିବା ବେପାରୀ ଦୈନିକ ବଜାରକୁ ବିକ୍ରି ପାଇଁ ଆଣିଥିବା ଧନିଆ ପତ୍ର ଓ କଞ୍ଚାଲଙ୍କା ମାଗଣାରେ ଲୋକଙ୍କୁ ଦେଉଛନ୍ତି । ହେଲେ ଗ୍ରାହକ କଞ୍ଚାଲଙ୍କା ଓ ଧନିଆ ପତ୍ର ନେବାକୁ ହେଲେ ପାକିସ୍ତାନ ମୁର୍ଦ୍ଦାବାଦ ବୋଲି କହିବାକୁ ପଡୁଛି ।

ଗୋଟିଏ ଷ୍ଟଲ ସାମ୍ନାରେ ପ୍ରାୟ ଗୋଟିଏ ବସ୍ତା ଧନିଆ ପତ୍ର ଓ କଞ୍ଚାଲଙ୍କା ରଖି ଲୋକଙ୍କୁ ପାକିସ୍ତାନ ମୁର୍ଦ୍ଦାବାଦ କହି ଜିନିଷ ନେବାକୁ ଡାକୁଛନ୍ତି । ପାକିସ୍ତାନ ମୁର୍ଦ୍ଦାବାଦ କହି ଲୋକେ ବି ମୁଠାଏ କଞ୍ଚାଲଙ୍କା ଓ ଧନିଆ ପତ୍ର ନେଉଛନ୍ତି । ଯୁବ ବ୍ୟବସାୟୀ ଜଣଙ୍କୁ ଖୁସ କରିବାକୁ ଗ୍ରାହକ ବି ମାଗଣାରେ ଜିନିଷ ନେବା ପାଇଁ ପାକିସ୍ତାନ ମୁର୍ଦ୍ଦାବାଦ, ହର ହର ମୋଦି, ଘର୍ ଘର୍ ମୋଦି ଭଳି ସ୍ଲୋଗାନ ଦେଇ ଜିନିଷ ନେଉଛନ୍ତି।

ଭିଡିଓ ସୌଜନ୍ୟ- ପ୍ରତିନିଧି, ସୁବର୍ଣ୍ଣପୁର

ଜିଲ୍ଲାରେ ଏହି ବ୍ୟବସାୟୀଙ୍କ ଭିଡିଓ ଫେସବୁକ, ହ୍ବାଟସଆପରେ ଖୁବ ଭାଇରାଲ ହେଉଛି । ମୋବାଇଲ ୟୁଜର୍ସ ବି ଏହି କ୍ଷୁଦ୍ର ବେପାରୀଙ୍କ ଏପରି କାର୍ଯ୍ୟକୁ ବେଶ ପ୍ରଶଂସା କରି ଭଳିକି ଭଳି କମେଣ୍ଟ କରୁଛନ୍ତି । ପରିବା ବ୍ୟବସାୟୀ ଜଣକ କେଉଁ ସ୍ଥାନର ଜଣାପଡୁ ନଥିଲେ ମଧ୍ୟ ତାଙ୍କର ଏପରି କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details