ଓଡିଶା

odisha

ETV Bharat / state

ଲକଡାଉନରେ ବିକ୍ରି ହେଉନି ପରିବା; ଚିନ୍ତାରେ ଚାଷୀ - lockdown

କୋରୋନା ପ୍ରଭାବରେ ସୁବର୍ଣ୍ଣପୁର ଜିଲ୍ଲାରେ ଅନେକ ପରିବା ଚାଷୀ ରବି ଋତୁରେ ଅମଳ କରିଥିବା ପନିପରିବାକୁ ଅଳ୍ପ ମୂଲ୍ୟରେ ବ୍ୟବସାୟୀମାନଙ୍କୁ ବିକ୍ରି କରି ଦେଉଥିବା କହିଛନ୍ତି ଚାଷୀ । ଅଧିକ ପଢନ୍ତୁ...

ଲକଡାଉନରେ ବିକ୍ରି ହେଉନି ପରିବା
ଲକଡାଉନରେ ବିକ୍ରି ହେଉନି ପରିବା

By

Published : Jun 7, 2021, 11:16 AM IST

ସୁବର୍ଣ୍ଣପୁର: ମହାମାରୀ କବଳରେ ସାରା ଦେଶ । କୋରୋନା କୋପରେ ଜୀବନ ଓ ଜୀବିକ ବିଶେଷ ଭାବରେ ପ୍ରଭାବିତ ହୋଇଛି । କୋରୋନା କବଳରୁ ବର୍ତ୍ତି ନାହାନ୍ତି ପରିବା ଚାଷୀ । ସୁବର୍ଣ୍ଣପୁର ଜିଲ୍ଲାରେ ଅନେକ ପରିବା ଚାଷୀ ରବି ଋତୁରେ ଅମଳ କରିଥିବା ପନିପରିବା ଅଳ୍ପ ମୂଲ୍ୟରେ ବ୍ୟବସାୟୀମାନଙ୍କୁ ବିକ୍ରି କରି ଦେଉଥିବା କହିଛନ୍ତି ଚାଷୀ ।

ଲକଡାଉନରେ ବିକ୍ରି ହେଉନି ପରିବା

ମହାମାରୀ ପାଇଁ ଜିଲ୍ଲାର ସାପ୍ତାହିକ ବଜାର ବନ୍ଦ କରିଦିଆ ଯାଇଛି । ସମସ୍ତ ଦୈନିକ ବଜାର ସକାଳ 11ଟା ପର୍ଯ୍ୟନ୍ତ ଖୋଲା ରହୁଛି । ଫଳରେ ଗ୍ରାହକମାନେ ସେତେ ପରିମାଣରେ ପନିପରିବା କିଣିବାର ସୁଯୋଗ ଓ ସମୟ ପାଉ ନାହାନ୍ତି । ଫଳରେ ଅମଳ କରିଥିବା ପରିବାକୁ ବିକ୍ରି କରିପାରୁ ନାହାନ୍ତି ଚାଷୀ । ରବି ଋତୁରେ ଉତ୍ପାଦିତ ପନିପରିବାର ପ୍ରକୃତ ଦର ନ ପାଇ କ୍ଷତିଗ୍ରସ୍ତ ହେଉଥିବା କହିଛନ୍ତି ।

ଜିଲ୍ଲାରେ ବର୍ତ୍ତମାନ ଲକଡାଉନ,ସଟଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିଛି । ହାଟ ବଜାର ବନ୍ଦ ଥିବାରୁ ଏଥିରେ ପ୍ରଭାବିତ ହୋଇଛନ୍ତି ପରିବା ଚାଷୀ । ବଜାର ଅଳ୍ପ ସମୟ ଖୋଲା ରହୁଥିବାରୁ ପରିବା ଚାଷୀ ତାର ଉତ୍ପାଦିତ ପରିବାକୁ ବିକ୍ରି କରିପାରୁନାହିଁ । ଫଳରେ ପରିବା ନଷ୍ଟ ହେବାରୁ ବଞ୍ଚାଇବାକୁ ବ୍ୟବସାୟୀଙ୍କୁ ଅଳ୍ପ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହୋଇଛି ଚାଷୀ । ପନିପରିବା ଚାଷୀଙ୍କୁ ଉଦ୍ୟାନ ବିଭାଗ ପକ୍ଷରୁ ବିହନ ,ରାସାୟନିକ ସାର ,ଔଷଧ ସହିତ ଅନ୍ୟାନ୍ୟ କୃଷି ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details