ଓଡିଶା

odisha

ETV Bharat / state

ଧାରଣାରେ ବସିଲେ ବୁଲା ବିକାଳି

ଟ୍ରେନରେ ବୁଲା ବିକାଳିଙ୍କୁ ନିଷେଧ ଭଳି ରେଳ ମନ୍ତ୍ରାଳୟ ପକ୍ଷରୁ ନିଆ ଯାଇଥିବା ନିଷ୍ପତ୍ତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ଭାରତୀୟ ମଜଦୂର ସଙ୍ଘ।

By

Published : Jul 6, 2019, 2:32 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ସମ୍ବଲପୁର

ସମ୍ବଲପୁର: ଏବେ ରେଳରେ ଦେଖିବାକୁ ମିଳୁନି ବୁଲା ବିକାଳୀ । ଆଉ ସେମାନେ ବିକ୍ରି କରୁଥିବା ସାମଗ୍ରୀ । ସୁରକ୍ଷା ଦୃଷ୍ଟି କୋଣରୁ ବୁଲାବିକାଳୀ ବେପାରକୁ ନିଷେଧ କରିବାକୁ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରାଳୟ । ତେବେ ଏହା ଦ୍ୱାରା ଦେଶରେ ପ୍ରାୟ 1 ଲକ୍ଷ 80 ହଜାର ଟ୍ରେନ ଭେଣ୍ଡରଙ୍କ ପରିବାରର ପେଟପାଟଣା ବନ୍ଦ ହୋଇଯାଇଥିବା ଅଭିଯୋଗ କରିଛି ଭାରତୀୟ ମଜଦୂର ସଙ୍ଘ।

ଏହି ଅଭିଯୋଗ ରେ ଆଜି ସମ୍ବଲପୁର ରେଳ ଡିଭିଜନ ଅଧୀନରେ ଥିବା ଜିଲ୍ଲାର ରେଳ ଭେଣ୍ଡର ମାନେ ସମ୍ବଲପୁର ଡିଆରଏମ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଛନ୍ତି । ରାୟପୁର, ରାୟଗଡ, ଟିଟଲାଗଡ଼, ଢେଙ୍କାନାଳ, ଅନୁଗୁଳ,ରାଉରକେଲା, ସମ୍ବଲପୁର ପରି ବହୁ ଜିଲ୍ଲାର ବୁଲା ବିକାଳି ଧାରଣାରେ ବସିରହିଛନ୍ତି। ପରିଚୟ ପତ୍ର, ଲାଇସେନ୍ସ , ଡ୍ରେସକୋଡ଼ ଦେଇ କେତେକ ନିର୍ଦ୍ଧିଷ୍ଟ ଜିନିଷ ବିକ୍ରି କରିବାକୁ ସେମାନଙ୍କୁ ଅନୁମତି ଦିଆଯାଉ ବୋଲି ଦାବି କରିଛନ୍ତି ଆନ୍ଦୋଳନରତ ଭେଣ୍ଡର।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ସମ୍ବଲପୁର

ଏପଟେ ଏହି ସବୁ ଦାବି ନେଇ ସଙ୍ଘ ପକ୍ଷରୁ ସମ୍ବଲପୁର ଡିଭିଜନର ରେଳବାଇ କତ୍ତୃପକ୍ଷ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଛି। ଅନ୍ୟପଟେ ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ସାଧାରଣ ରେଳ ଯାତ୍ରୀ କେତେକାଂଶରେ ପ୍ରଭାବିତ ହେଉଥିବାର ନିଜେ ସ୍ୱୀକାର କରିଛନ୍ତି । ଏଥିପାଇଁ ସରକାର କେତେକ ପରିବର୍ତ୍ତନ ଆଣି ଏହି ବିକାଳୀଙ୍କୁ ପୁନଃବିକ୍ରି କରିବାକୁ ଅନୁମତି ଦେବାକୁ ଦାବି କରିଥଛନ୍ତି । ତେବେ ଏହି ପ୍ରସଙ୍ଗରେ ରେଳ କତ୍ତୃପକ୍ଷଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

ସମ୍ବଲପୁରରୁ ବାଦଶାହା ଜୁସମନ୍ ରଣା, ଇଟିଭି ଭାରତ

ABOUT THE AUTHOR

...view details