ସୁବର୍ଣ୍ଣପୁର: ମହାମାରୀ କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡାକଡି ଭାବେ ଲକଡାଉନ କରାଯାଇଛି । ସୁବର୍ଣ୍ଣପୁରରେ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପନିପରିବା ହୋମ ଡେଲିଭରି ଆରମ୍ଭ କରାଯାଇଛି ।
ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଦୈନିକ ବଜାର ଏବେ ଗାନ୍ଧୀ ପଡିଆ ଓ ରୟାଲ ପଡିଆରେ ବସୁଛି । ବଜାରରେ ବ୍ୟବସାୟୀ ଓ ଗ୍ରାହକମାନଙ୍କ ଭିତରେ ସାମାଜିକ ଦୂରତ୍ବ ରକ୍ଷା କରିବା ଉପରେ ଗୁରୁତ୍ବ ଦିଆଯାଇଛି ।ଏବେ ଘରୁ ବାହାରୁ ନ ଥିବା ଲୋକଙ୍କ ପାଇଁ ଗ୍ରୋସରି ହୋମ ଡେଲିଭରି ସହିତ ପନିପରିବା ହୋମ ଡେଲିଭରି ଆରମ୍ଭ ହୋଇଛି ।