ଓଡିଶା

odisha

ETV Bharat / state

ସୁବର୍ଣ୍ଣପୁରରେ ଚାଲିଛି ଯୁବ ବର୍ଗଙ୍କ ଟୀକାକରଣ - subarnapur news

ସୁବର୍ଣ୍ଣପୁରରେ ଚାଲିଛି ଯୁବ ବର୍ଗଙ୍କ ପାଇଁ ଟୀକାକରଣ । ପ୍ରଶାସନିକ ଅନୁମତି ମିଳିବା ପରେ ସହରର 7ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଟୀକାକରଣ । ଅଧିକ ପଢନ୍ତୁ...

vacciantion programme in subarnapur
ସୁବର୍ଣ୍ଣପୁରରେ ଚାଲିଛି ଯୁବ ବର୍ଗଙ୍କ ପାଇଁ ଟୀକାକରଣ

By

Published : Jun 9, 2021, 4:19 PM IST

ସୁବର୍ଣ୍ଣପୁର: ସହରରେ ଚାଲିଛି ଯୁବ ବର୍ଗଙ୍କ ପାଇଁ ଟୀକାକରଣ । ପ୍ରଶାସନିକ ଅନୁମତି ମିଳିବା ପରେ ସହରର 7ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଟୀକାକରଣ । ବହୁ ସଂଖ୍ଯାରେ ଯୁବାବର୍ଗ ଟୀକା ଗ୍ରହଣ କରାଯାଉଥିବା ଦେଖିବାକୁ ମିଳିଛି ।

ସୁବର୍ଣ୍ଣପୁରରେ ଚାଲିଛି ଯୁବ ବର୍ଗଙ୍କ ପାଇଁ ଟୀକାକରଣ

ଜିଲ୍ଲାପାଳ ମନିଷା ବାନାର୍ଜୀ ଦୁଇ ଦିନ ଧରି ସହରରେ 1000 ଲେଖାଏଁ ଟୀକା ପ୍ରଦାନ କରିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେବା ପରେ ସଦର ପୌର ପରିଷଦ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଇଥିଲା । ଯୁବ ବର୍ଗ କୋୱିନ ଆପରେ ରେଜିଷ୍ଟ୍ରେସନ କରି ସ୍ଲଟ ବୁକିଂ କରି ଟୀକା ନେଉଛନ୍ତି । ସହରର ସାତଗୋଟି କେନ୍ଦ୍ରରେ ଯୁବ ବର୍ଗ 18 ବର୍ଷରୁ 44 ବର୍ଷ ବୟସ୍କ ବ୍ୟକ୍ତିମାନଙ୍କୁ ଟୀକା ପ୍ରଦାନ କରାଯାଉଥିବା ବେଳେ ସାମାଜିକ ଦୂରତ୍ବ ରକ୍ଷା ଉପରେ ବେଶ ଗୁରୁତ୍ବ ଦିଆଯାଇଛି । ରେଜିଷ୍ଟ୍ରେସନ କରି ନ ଥିଲେ ଟୀକାକରଣ କେନ୍ଦ୍ରକୁ ଯିବା ପାଇଁ ମନା କରାଯାଇଛି ।

ଏଥିପାଇଁ ସହରର ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟରେ ଦୁଇ ଗୋଟି କେନ୍ଦ୍ର ,ସୋନପୁର ମହାବିଦ୍ୟାଳୟରେ ଦୁଇଗୋଟି କେନ୍ଦ୍ର ,ସଂସ୍କୃତି ଭବନରେ ଦୁଇଗୋଟି କେନ୍ଦ୍ର ଓ ମାରୱାଡି ଧର୍ମଶାଳାରେ ଗୋଟିଏ ଟୀକାକରଣ କେନ୍ଦ୍ର କରାଯାଇଛି । ତେବେ ଏବେ ମାତ୍ର ଦୁଇ ହଜାର ଟୀକା ପ୍ରଦାନ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡିଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details