ସୁବର୍ଣ୍ଣପୁର: ଚଳିତ ବର୍ଷ କୋଭିଡ କଟକଣା ପାଇଁ ବିଧି ରକ୍ଷା କରି ପାଳିତ ହେବ ଫକିର ବାବାଙ୍କ ଉର୍ସ ଉତ୍ସବ । ଜାନୁଆରୀ ୨୫ରୁ ୨୬ ଯାଏଁ ଦୁଇ ଦିନ ଧରି ନିରାଡ଼ମ୍ବର ଭାବେ ଏହି ଉତ୍ସବ ପାଳିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।
ସୁବର୍ଣ୍ଣପୁର ଜିଲ୍ଲା ତରଭା ସ୍ଥିତ ପ୍ରସିଦ୍ଧ ସୟଦ ଅବଦୁଲ ଶକୁର ସାହ ତଥା ଫକୀର ବାବାଙ୍କ ଦରଘାରେ ପ୍ରତି ବର୍ଷ ବେଶ ଧୁମଧାମରେ ପାଳିତ ହୋଇଥାଏ ଉର୍ସ ଉତ୍ସବ । ଉତ୍ସବରେ ଦେଶ ବିଦେଶରୁ ମୁସଲମାନ ସମ୍ପ୍ରଦାୟର ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇଥାନ୍ତି । ହେଲେ ଚଳିତ ବର୍ଷ ମହାମାରୀ କୋରୋନା ଯୋଗୁଁ ସରକାର ଭିଡ ଜମାଇବାକୁ ବାରଣ କରିଛନ୍ତି । ସେଥିପାଇଁ କେବଳ ପରମ୍ପରା ରକ୍ଷା ପାଇଁ ଏହି ଉତ୍ସବ ପାଳନ ହେବ ବୋଲି ଉତ୍ସବ କମିଟି ସୂଚନା ଦେଇଛି।