ଓଡିଶା

odisha

ETV Bharat / state

ଆଉ ଦୁଇ ଦିନ ପରେ ପୀର ବାବାଙ୍କ ଉର୍ସ ପର୍ବ, ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ତରଭା ସହରରେ ଆଉ ଦୁଇ ଦିନ ପରେ ପାଳିତ ହେବ ଉର୍ସ ପର୍ବ । ସୟଦ ଅବଦୁଲ ଶକୁର ଶାହାଙ୍କ ଏହି ଉର୍ସ ପର୍ବ ପାଳନ ପାଇଁ ମଜାର କମିଟି ଓ ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଅଧିକ ପଢନ୍ତୁ

ଆଉ ଦୁଇ ଦିନ ପରେ ପୀର ବାବାଙ୍କ ଉର୍ସ ପର୍ବ
ଆଉ ଦୁଇ ଦିନ ପରେ ପୀର ବାବାଙ୍କ ଉର୍ସ ପର୍ବ

By

Published : Jan 12, 2022, 9:28 PM IST

ସୁବର୍ଣ୍ଣପୁର :ଜିଲ୍ଲାର ତରଭା ସହରରେ ଆଉ ଦୁଇ ଦିନ ପରେ କୋଭିଡ କଟକଣାରେ ପାଳିତ ହେବ ଉର୍ସ ପର୍ବ । ସୟଦ ଅବଦୁଲ ଶକୁର ଶାହାଙ୍କ ଏହି ଉର୍ସ ପର୍ବ ପାଳନ ପାଇଁ ମଜାର କମିଟି ଓ ଯାତ୍ରା କମିଟି ପକ୍ଷରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଓମିକ୍ରନର ବ୍ୟାପକ ସଂକ୍ରମଣକୁ ଦୃ୍ଷ୍ଟିରେ ରଖି କେବଳ ଏହି ପର୍ବ ନୀତିକାନ୍ତିରେ ସୀମିତ ରଖିବାକୁ ମଜାର କମିଟି ନିଷ୍ପତ୍ତି ନେଇଛି । କୋଭିଡ ଭୟାବହତାକୁ ଆଖି ଆଗରେ ରଖି ପୀରବାବାଙ୍କ ପାଇଁ ଆୟୋଜିତ ହେଉଥିବା ଚାଦର ଶୋଭାଯାତ୍ରା ,ଲଂଗର ,ସାମୂହିକ ନମାଜ ପାଠ ସମେତ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।

ଆଉ ଦୁଇ ଦିନ ପରେ ପୀର ବାବାଙ୍କ ଉର୍ସ ପର୍ବ

ପ୍ରତିବର୍ଷ ବହୁ ଦୂରଦୂରାନ୍ତରୁ ମୁସଲମାନ ଶ୍ରଦ୍ଧାଳୁମାନେ ପୀରବାବାଙ୍କ ସମାଧି ଦର୍ଶନ ପାଇଁ ଆସିଥାନ୍ତି । ଏଥର କିନ୍ତୁ ଶ୍ରଦ୍ଧାଳୁ ଏଠାରେ ଦର୍ଶନ କରିବାକୁ ବାରଣ କରାଯାଇଛି । କେବଳ ମଜାର କମିଟି ପକ୍ଷରୁ ସୀମିତ ଶ୍ରଦ୍ଧାଳୁଙ୍କୁ ନେଇ ଚାଦର ଚଢାଯିବା ପାଇଁ ମଜାର କମିଟି ସଭାପତି ଅଜନବି ଖାନ କହିଛନ୍ତି । ତେବେ ପୀରବାବାଙ୍କ ପାଖରେ କୋଭିଡ ସଂକ୍ରମଣ ପୃଥିବୀ ପୃଷ୍ଠରୁ ଦୂରେଇ ଯିବା ସହିତ ପୁଣି ଆନନ୍ଦ ଉଲ୍ଲାସର ସହିତ ବାବାଙ୍କ ଏହି ପର୍ବ ପାଳନ କରିବାକୁ ସ୍ମରଣ କରିବେ ବୋଲି ସଭାପତି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ତା, ଇଟିଭି ଭାରତ

ABOUT THE AUTHOR

...view details