ଓଡିଶା

odisha

By

Published : Jan 16, 2022, 12:19 PM IST

ETV Bharat / state

ଏଥର ଫିକା ଉର୍ସ ଉତ୍ସବ, ଚାଦର ଶୋଭାଯାତ୍ରା ବାତିଲ

ସୁବର୍ଣ୍ଣପୁର ତରଭା ସହରରେ ପାଳିତ ହେଉଛି ଉର୍ସ ପର୍ବ । ଏଥିପାଇଁ ମଜାର କମିଟି ଓ ଉର୍ସ ପର୍ବ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଶାସନ ମଧ୍ୟ କଟକଣା ଜାରି କରିଛି । ଅଧିକ ପଢନ୍ତୁ

ଉର୍ସ ଉତ୍ସବ ଉପରେ କୋରୋନା କଟକଣା, ଖାଁ ଖାଁ ପୀର ବାବାଙ୍କ ମଜାର
ଉର୍ସ ଉତ୍ସବ ଉପରେ କୋରୋନା କଟକଣା, ଖାଁ ଖାଁ ପୀର ବାବାଙ୍କ ମଜାର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ତରଭା ସହରରେ ପାଳିତ ହେଉଛି ଉର୍ସ ପର୍ବ । ସୟଦ ସାହା ଅବଦୁଲ ଶକୁର ତଥା ପୀର ବାବାଙ୍କ ମଜାରରେ ଏହି ଉତ୍ସବ ପାଳନ କରାଯିବ। ଦୁଇଦିନ ଧରି ଧୁମଧାମରେ ପାଳନ ହେଉଥିବା ଏହି ଉର୍ସ ପର୍ବ ଏଥର ଫିକା ପଡିଛି। ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳୁନି କି ଦୋକାନ ବଜାର ବି ନାହିଁ ।

ଉର୍ସ ଉତ୍ସବ ଉପରେ କୋରୋନା କଟକଣା, ଖାଁ ଖାଁ ପୀର ବାବାଙ୍କ ମଜାର

ଏଥିପାଇଁ ମଜାର କମିଟି ଓ ଉର୍ସ ପର୍ବ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପ୍ରଶାସନ ମଧ୍ୟ କଟକଣା ଜାରି କରିଛି । ମହାମାରୀ କୋରୋନାକୁ ଆଖି ଆଗରେ ରଖି ଏଥର ଆଉ ଶ୍ରଦ୍ଧାଳୁଙ୍କ ରହିବା କିମ୍ବା ଖାଇବା ଆଦି ପାଇଁ ବ୍ୟବସ୍ଥା କରାଯାଇ ନାହିଁ। କେବଳ ଏହି ପର୍ବ ନୀତିକାନ୍ତିରେ ସୀମିତ ରଖିବାକୁ ମଜାର କମିଟି ନିଷ୍ପତ୍ତି ନେଇଥିବା ବେଳେ ମଜାର କାନ୍ଥରେ କୋଭିଡ ନିୟମକୁ ଉଲଂଘନ କରି ପ୍ରବେଶ କରିବା ପାଇଁ ମନା କରାଯାଇଛି ।

ସେହିପରି ଚାଦର ଶୋଭାଯାତ୍ରାକୁ ବାତିଲ କରାଯାଇଛି । କେବଳ ମଜାର କମିଟି ପକ୍ଷରୁ ସୀମିତ ଶ୍ରଦ୍ଧାଳୁଙ୍କୁ ନେଇ ଚାଦର ଚଢା ଯାଇଛି । ପୀରବାବାଙ୍କ ସେହିପରି ଜୁଳୁସ ବେଳେ କୌଣସି ବାଜା ବ୍ୟବସ୍ଥା କରାଯାଇ ନାହିଁ । ସାମୂହିକ ନମାଜ ପାଠକୁ ମଧ୍ୟ ବନ୍ଦ କରାଯାଇଛି । ପୂର୍ବରୁ ହେଉଥିବା ଚଦର ଶୋଭାଯାତ୍ରା ଓ ଲଙ୍ଗରକୁ ମଧ୍ୟ ବନ୍ଦ ରଖିଛି ଉର୍ସ କମିଟି । ତେବେ ଏଥର ମୀନା ବଜାର ସାଙ୍ଗକୁ ରାଜ୍ୟ ବାହାରୁ ଆସୁଥିବା ଅନ୍ୟ ସମସ୍ତ ବ୍ୟବସାୟୀ ମଧ୍ୟ ଆସିନାହାନ୍ତି ।

କୋରୋନା ପାଇଁ ଦେଶ ବାହାରୁ ଓ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁଙ୍କୁ ନ ଆସିବା ପାଇଁ କମିଟି ଅନୁରୋଧ କରିଥିଲା । ଯେଉଁ ଶ୍ରଦ୍ଧାଳୁ ମାନେ ନିୟମ ନଜାଣି ଆସୁଛନ୍ତି ସେମାନେ ଫାଟକ ନିକଟରୁ ହିଁ ଫେରୁଛନ୍ତି । ତେଣେ ସ୍ଥାନୀୟ ଲୋକଙ୍କ ମନରେ ମଧ୍ୟ ଉତ୍ସାହ ନାହିଁ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details