ଓଡିଶା

odisha

ETV Bharat / state

ୟୁପିରୁ 9 ବର୍ଷର ନାବାଳିକା ଅପହରଣ, ସୁବର୍ଣ୍ଣପୁରରୁ ଉଦ୍ଧାର - ଟ୍ରାଫିକ ପୋଲିସ ଦ୍ବାରା 9 ବର୍ଷର ବାଳିକା ଉଦ୍ଧାର

ସୁବର୍ଣ୍ଣପୁର ସହରର ନଳିନୀ ଛକରୁ ଜଣେ 9 ବର୍ଷର ବାଳିକାକୁ ଉଦ୍ଧାର କରିଛି ଟ୍ରାଫିକ ପୋଲିସ । ଝିଅଟିକୁ ପଚରାଉଚୁରା କରିବା ପରେ ଜଣାପଡିଥିଲା ଯେ, ତାଙ୍କ ଘର ହେଉଛି ଉତ୍ତରପ୍ରଦେଶ ଏବଂ ତାଙ୍କୁ କେହି ଜଣେ ଅପହରଣ କରି ଛାଡିଦେଇଛି । ଅଧିକ ପଢନ୍ତୁ

ଟ୍ରାଫିକ ପୋଲିସ ଦ୍ବାରା 9 ବର୍ଷର ନାବାଳିକା ଉଦ୍ଧାର
ଟ୍ରାଫିକ ପୋଲିସ ଦ୍ବାରା 9 ବର୍ଷର ନାବାଳିକା ଉଦ୍ଧାର

By

Published : Jul 16, 2022, 10:26 AM IST

ସୁବର୍ଣ୍ଣପୁର: ସହରର ନଳିନୀ ଛକରୁ ଟ୍ରାଫିକ ପୋଲିସ ଏକ 9 ବର୍ଷର ବାଳିକାକୁ ଉଦ୍ଧାର କରିଛି । ବାଳିକା ଜଣକ ଟ୍ରାଫିକ ପାଖରେ କାନ୍ଦୁଥିବା ସମୟରେ ଟ୍ରାଫିକ ପୋଲିସ ପ୍ରତିମା ବଗର୍ତ୍ତି ଓ ସୁନିତା ପାତ୍ରଙ୍କ ନଜର ପଡିଥିଲା । ଝିଅଟିକୁ ପଚରାଉଚୁରା କରିବା ପରେ କେହି ଜଣେ ଅପହରଣ କରିବା ପରେ ଆଣି ଛାଡି ଦେଇଥିବା ଜଣାପଡିଛି । ଟ୍ରାଫିକ ପୋଲିସ ଥାନାରେ ଝିଅଟିକୁ ଜିମା ଦେଇଛନ୍ତି ।

ଟ୍ରାଫିକ ପୋଲିସ ଦ୍ବାରା 9 ବର୍ଷର ନାବାଳିକା ଉଦ୍ଧାର

ପୋଲିସ ଅପହୃତା ନାବାଳିକାର ଠିକଣା ଖୋଜିବା ସହିତ ଜିଲ୍ଲାର ଶିଶୁ ସୁରକ୍ଷା କମିଟି ଓ ଚାଇଲ୍ଡ ଲାଇନକୁ ଖବର ଦେଇଛି । ନାବାଳିକାର ବୟାନ ଅନୁଯାୟୀ, ଜଣେ ଯୁବକ ତାଙ୍କୁ ଭୁଲେଇ ନେଇଆସିଛି । ତେବେ ଝିଅଟି ଉତ୍ତରପ୍ରଦେଶର ଜୋନପୁର ନିକଟବର୍ତ୍ତୀ ତୁତିପୁର ଗାଁର ଓ ତା’ ନାଁ ଖୁସି କୁମାରୀ ବିନ୍ଦ ବୋଲି କହିଛି । ତାଙ୍କ ବାପାଙ୍କ ନାଁ ରମେଶ ବିନ୍ଦର ହୋଇଥିବା ବେଳେ ତାଙ୍କର ଅନେକ ଆଗରୁ ମୃତ୍ୟୁ ହୋଇଯାଇଥିବା ଝିଅଟି କହିଛି । ତେବେ ସ୍ବୟଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉତ୍ତରପ୍ରଦେଶ ପୋଲିସ ସହିତ ଯୋଗାଯୋଗ କରି ଝିଅଟିକୁ ତା’ର ଘରକୁ ପହଞ୍ଚାଇବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details