ଓଡିଶା

odisha

ETV Bharat / state

ଅଜଣା ଜନ୍ତୁ ଭୟରେ ଆତଙ୍କିତ କୁମୁରସିଂହା ଗାଁ, କାରଣ ଖୋଜୁଛି ବନବିଭାଗ - ଅଜଣା ଜନ୍ତୁ ଆକ୍ରମଣରେ 25ମେଣ୍ଢା ମୃତ୍ୟୁ ଘଟଣା ।

ଅଜଣା ଜନ୍ତୁଭୟରେ ଆତଙ୍କିତ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକର କୁମୁରସିଂହା ଗାଁ ।  କେଉଁ ଜନ୍ତୁ ଏଭଳି ଆକ୍ରମଣ କରୁଛି ତାହାର କାରଣ ଖୋଜିବାରେ ଲାଗିଛି ବନବିଭାଗ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

By

Published : Nov 14, 2019, 10:37 PM IST

ସୁବର୍ଣ୍ଣପୁର: ଅଜଣା ଜନ୍ତୁ ଭୟରେ ଆତଙ୍କିତ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକର କୁମୁରସିଂହା ଗାଁ । କେଉଁ ଜନ୍ତୁ ଏଭଳି ଆକ୍ରମଣ କରୁଛି ତାହାର କାରଣ ଖୋଜିବାରେ ଲାଗିଛି ବନବିଭାଗ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୂଚନା ଅନୁଯାୟୀ, ଗତ ଦୁଇ ଦିନ ତଳେ ଅଜଣା ଜଙ୍ଗଲି ଜନ୍ତୁ ଆକ୍ରମଣରେ ଗାଁର କପିଳ ମହାକୁରଙ୍କ 25ଟି ମେଣ୍ଢାର ମୃତ୍ୟୁ ଓ 10ଟି ମେଣ୍ଢା ଗୁରୁତର ଭାବେ ଆହତ ହୋଇଥିବା ଅଭିଯୋଗ ହୋଇଥିଲା । ଜଙ୍ଗଲ ବିଭାଗ ଘଟଣାସ୍ଥଳକୁ ପହଞ୍ଚି ମେଣ୍ଢା ପାଳକ କପିଳ ମହାକୁର ସହିତ ଆଲୋଚନା କରି ମେଣ୍ଢାଗୁଡିକର ଶବ ବ୍ୟବଛେଦ କରାଯାଇଥିଲା ।

ତେବେ କେଉଁ ଜନ୍ତୁ ଆକ୍ରମଣରେ ମେଣ୍ଢାମାନଙ୍କ ମୃତ୍ୟୁ ହୋଇଛି ତାହା ଜାଣିବା ପାଇଁ ଜଙ୍ଗଲ ବିଭାଗ ଗାଁରେ ଦୁଇଟି ସିସିଟିଭି କ୍ୟାମେରା ଲଗାଇବା ସହିତ ବନ କର୍ମଚାରୀମାନେ ଗାଁକୁ ଜଗିଥିଲେ ।

ହେଲେ ସିସିଟିଭିରେ କୌଣସି ଜଙ୍ଗଲି ଜନ୍ତୁ ଗାଁକୁ ଆସିଥିବା ଫୁଟେଜରେ ଜଣା ପଡିନାହିଁ । ଏପଟେ କପିଳ ମହାକୁରଙ୍କ ମେଣ୍ଡା ଗୁଡିକୁ ଦଳବଦ୍ଧ ଭାବେ ଗଧିଆ ଆକ୍ରମଣ କରିଥିବା ଜଙ୍ଗଲ ବିଭାଗ ଅନୁମାନ କରୁଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ମିଳିବା ପରେ ତାହା ସ୍ପଷ୍ଟ ହେବ ବୋଲି କହିଛି ।

ଅନ୍ୟପଟେ ଅଜଣା ଜନ୍ତୁ ଆକ୍ରମଣ ଯୋଗୁଁ ଗାଁରେ ଭୟର ବାତାବରଣ ଥିବାବେଳେ ଜଙ୍ଗଲ ବିଭାଗ ପକ୍ଷରୁ କର୍ମଚାରୀମାନଙ୍କୁ ଗାଁରେ ରାତ୍ରୀରେ ମୁତୟନ କରାଯାଇଛି । ମେଣ୍ଢା ପାଳକ କପିଳ ମହାକୁର ମେଣ୍ଢା ମୃତ୍ୟୁର କାରଣ ଖୋଜିବା ସହିତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

ଅପରପକ୍ଷରେ ଜିଲ୍ଲା ବନ ଅଧିକାରୀ ଏହି ଘଟଣାରେ ବେଶ ସମ୍ବେଦନଶୀଳ ଥିବାବେଳେ 11ଟି ମେଣ୍ଢା ମୃତ୍ୟୁ ହୋଇଥିବା ଏବଂ ଆଠଗୋଟି ମେଣ୍ଢା ଗୁରୁତର ଆହତ ହୋଇଥିବା ତଦନ୍ତରୁ ଜଣାପଡିଥିବା କହିଛନ୍ତି । ଗୁରୁତର ମାନଙ୍କ ଚିକିତ୍ସା ଚାଲିଥିବା ବେଳେ ସରକାରୀ ନିୟମ ଅନୁଯାୟୀ ମେଣ୍ଢାପାଳକ କପିଳକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details