ଓଡିଶା

odisha

ETV Bharat / state

ମହାନଦୀରୁ ଲୋପ ପାଇଲେଣି ବିରଳ ପ୍ରଜାତିର ମାଛ, ଅପ୍ରାକୃତିକ ମାଛମରା ବନ୍ଦ କରିବାକୁ ଦାବି - ମହାନଦୀରୁ ଲୋପ ପାଇଲେଣି ବିରଳ ପ୍ରଜାତିର ମାଛ

ଆନ୍ଧ୍ରପ୍ରଦେଶରୁ ଆମଦାନୀ ମାଛ ଅପେକ୍ଷାରେ ରହୁଛନ୍ତି ସୁବର୍ଣ୍ଣପୁର ସହରବାସୀ । ଚିରସ୍ରୋତା ମହାନଦୀରେ ଦିନକୁ ଦିନ ମାଛ ସଂଖ୍ୟା ହ୍ରାସ ପାଉଥିବାରୁ ସହରବାସୀ ଆନ୍ଧ୍ରପ୍ରଦେଶରୁ ଆମଦାନୀ ହେଉଥିବା ମାଛ ଉପରେ ନିର୍ଭର କରୁଛନ୍ତି । ଅଧିକ ପଢ଼ନ୍ତୁ

ମହାନଦୀରୁ ଲୋପ ପାଇଲେଣି ବିରଳ ପ୍ରଜାତିର ମାଛ, ଅପ୍ରାକୃତିକ ମାଛମରା ବନ୍ଦ କରିବାକୁ ଦାବି
ମହାନଦୀରୁ ଲୋପ ପାଇଲେଣି ବିରଳ ପ୍ରଜାତିର ମାଛ, ଅପ୍ରାକୃତିକ ମାଛମରା ବନ୍ଦ କରିବାକୁ ଦାବି

By

Published : May 5, 2022, 3:10 PM IST

ସୁବର୍ଣ୍ଣପୁର: ଆନ୍ଧ୍ରପ୍ରଦେଶରୁ ଆମଦାନୀ ମାଛ ଅପେକ୍ଷାରେ ରହୁଛନ୍ତି ସୁବର୍ଣ୍ଣପୁର ସହରବାସୀ । ଚିରସ୍ରୋତା ମହାନଦୀରେ ଦିନକୁ ଦିନ ମାଛ ସଂଖ୍ୟା ହ୍ରାସ ପାଉଥିବାରୁ ସହରବାସୀ ଆନ୍ଧ୍ରପ୍ରଦେଶରୁ ଆମଦାନୀ ହେଉଥିବା ମାଛ ଉପରେ ନିର୍ଭର କରୁଛନ୍ତି । ମହାନଦୀ ଗର୍ଭରେ ବେଆଇନ ତଥା ଅପ୍ରାକୃତିକ ଉପାୟରେ ଦୁର୍ବୃତ୍ତମାନେ ମାଛ ମାରୁଥିବାରୁ ସହରବାସୀ ଆଉ ମହାନଦୀର ମଧୁର ଜଳ ମାଛ ଖାଇବାକୁ ପାଉ ନଥିବା ଅଭିଯୋଗ ହୋଇଛି ।

ମହାନଦୀରୁ ଲୋପ ପାଇଲେଣି ବିରଳ ପ୍ରଜାତିର ମାଛ, ଅପ୍ରାକୃତିକ ମାଛମରା ବନ୍ଦ କରିବାକୁ ଦାବି
ମହାନଦୀରୁ ଲୋପ ପାଇଲେଣି ବିରଳ ପ୍ରଜାତିର ମାଛ, ଅପ୍ରାକୃତିକ ମାଛମରା ବନ୍ଦ କରିବାକୁ ଦାବି

ଦିନ ଥିଲା ପ୍ରାୟ ୮୦ ପ୍ରଜାତିର ମାଛ ମହାନଦୀରେ ମିଳୁଥିଲା । ଧୋବ ଫରଫର ଚିକ୍କଣ ଶରୀର ଥିବା ମାଛ ଗୁଡିକ ଦେଖିବାକୁୁ ଯେପରି ଆକର୍ଷଣୀୟ ଥିଲା ତାର ସ୍ବାଦ ବି ସେଭଳି ବେଶ ମଧୁର ଥିଲା । ହେଲେ ଏବେ ସାପ୍ତାହିକ ବଜାରୁ ଆରମ୍ଭ କରି ଦୈନିକ ବଜାର ଓ ଗାଁ ଗହଳି ଯାଏଁ ମାଛ ବ୍ୟବସାୟୀମାନେ ଆନ୍ଧ୍ର ପ୍ରଦେଶର ମାଛ ବିକ୍ରି କରୁଥିବା ଦେଖିବାକୁ ମିିଳୁଛି । ବୁଦ୍ଧିଆ, ଜଲଙ୍ଗ, ଟେଙ୍ଗନି, ମିରକାଲି, ମଟଲା ଆଦି ମହାନଦୀର ମାଛ ଆଉ ଦେଖିବାକୁ ମିଳୁନାହିଁ ।

ମହାନଦୀରୁ ଲୋପ ପାଇଲେଣି ବିରଳ ପ୍ରଜାତିର ମାଛ, ଅପ୍ରାକୃତିକ ମାଛମରା ବନ୍ଦ କରିବାକୁ ଦାବି

ମହାନଦୀର ମଧୁର ଜଳ ଚିଙ୍ଗୁଡି ତ ସହରବାସୀଙ୍କ ପାଇଁ ସ୍ବପ୍ନ ସଦୃଶ ହୋଇଛି । ଦିନଥିଲା ମହାନଦୀରୁ ମତ୍ସ୍ୟଜୀବୀମାନେ ମାରୁଥିବା ମାଛ ଜିଲ୍ଲାର ଆବଶ୍ୟକତା ପୂରଣ କରିବା ସହିତ ପଡୋଶୀ ଜିଲ୍ଲା ତଥା ରାଜଧାନୀ ଭୁବନେଶ୍ବର ପର୍ଯ୍ୟନ୍ତ ରପ୍ତାନୀ ହେଉଥିଲା । ତେବେ ପୁଣି ମହାନଦୀର ମାଛ ଉତ୍ପାଦନ ପାଇଁ ମତ୍ସ୍ୟ ବିଭାଗ ଅଧିକରୁ ଅଧିକ ଯାଆଁଳ ମହାନଦୀରେ ଛାଡିବା ସହିତ ଜିଲ୍ଲା ପୋଲିସ ପ୍ରଶାସନ ସହାୟତାରେ ଅପ୍ରାକୃତିକ ମାଛ ମରାକୁ ବନ୍ଦ କରିବା ଆବଶ୍ୟକ ବୋଲି ବୁଦ୍ଧିଜିବୀ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details