ଓଡିଶା

odisha

ETV Bharat / state

ମନ୍ଦିର ଖୋଲିବା ନେଇ ଅନିଶ୍ଚିତତା ! - ସୁବର୍ଣ୍ଣପୁରରେ ମନ୍ଦିର ଖୋଲିବା ପାଇଁ ଦାବି

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଖୋଲିବା ପାଇଁ ଆଜିଯାଏଁ ହୋଇନି ନିଷ୍ପତ୍ତି । ମନ୍ଦିର ଖୋଲିବା ପାଇଁ ଦାବି । ଅଧିକ ପଢନ୍ତୁ...

Uncertainty over temple opening
ମନ୍ଦିର ଖୋଲିବା ନେଇ ଅନିଶ୍ଚିତତା !

By

Published : Dec 15, 2020, 7:48 AM IST

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିର ଖୋଲିବା ପାଇଁ ଆଜିଯାଏଁ ନିଷ୍ପତ୍ତି ନିଆଯାଇ ପାରିନାହିଁ। ବିଶେଷକରି ସହରରେ ଥିବା ଦେବୀ ମନ୍ଦିର ଗୁଡ଼ିକ ନ ଖୋଲୁଥିବାରୁ ସହରବାସୀ ଓ ସହରକୁ ଆସୁଥିବା ପର୍ଯ୍ୟଟକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି। ଗଡଜାତର ଇଷ୍ଟଦେବୀ ମା ସୁରେଶ୍ବରୀଙ୍କ ନାଁରେ ଅନେକ ପର୍ବପର୍ବାଣୀ ହେଉଥିବା ବେଳେ କୋଭିଡ କଟକଣା ଯୋଗୁଁ କେବଳ ପୂଜାସେବା ବିଧି ରକ୍ଷା ପାଇଁ ହେଉଛି।

ମନ୍ଦିର ଖୋଲିବା ନେଇ ଅନିଶ୍ଚିତତା !

ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁ ଗଡଜାତର ଏହି ଦେବୀ ପୀଠକୁ ଦର୍ଶନ କରିବା ପାଇଁ ଆସିଥାନ୍ତି। ଏପରିକି ମନ୍ଦିରରେ ଦେବୀଙ୍କ ସେବା ପୂଜା କରି ଶ୍ରଦ୍ଧାଳୁଙ୍କ ଦାନ ଦକ୍ଷିଣା ଉପରେ ସେବାୟତ ମାନଙ୍କ ରୋଜଗାର ନିର୍ଭର କରୁଛି।ହେଲେ କୋଭିଡ କଟକଣା ଯୋଗୁଁ ଦେବୀ ମା ସୁରେଶ୍ବରୀଙ୍କ ସମେତ ସହରର ଅଷ୍ଟ ବିଷ୍ଣୁ ,ଅଷ୍ଟ ଶମ୍ଭୁ ,ଅଷ୍ଟ ଚଣ୍ଡୀ ,ଅଷ୍ଟ ହନୁମାନ ଓ ଅନ୍ୟାନ୍ୟ ଦେଵଦେବୀ ପୀଠରେ ପାହାନ୍ତିଆରେ ସେବାୟତ ମାନେ ନୀତିକାନ୍ତି ସାରି ମନ୍ଦିର ଗୁଡ଼ିକର ମୁଖ୍ୟ ଫାଟକ ବନ୍ଦ କରି ଦେଉଛନ୍ତି।

ଫଳରେ ଶ୍ରଦ୍ଧାଳୁଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି। ତେବେ ପୁରୀ ଶ୍ରୀମନ୍ଦିର ଖୋଲିବା ପରେ ଆବଶ୍ୟକ ଆଲୋଚନା କରି ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ତା, ଇଟିଭି ଭାରତ

ABOUT THE AUTHOR

...view details