ଓଡିଶା

odisha

ETV Bharat / state

ସୋନପୁରରେ ଖଇରମାଳ ପ୍ରକଳ୍ପ ବନ୍ଦ, ଗୋଧନେଶ୍ୱର ପ୍ରକଳ୍ପକୁ ନେଇ ବଢିଲା ଚିନ୍ତା - କମିବାରେ ଲାଗିଛି ଚିରତ୍ସୋତା ମହାନଦୀର ଜଳସ୍ତର

କମିବାରେ ଲାଗିଛି ଚିରତ୍ସୋତା ମହାନଦୀର ଜଳସ୍ତର । ମହାନଦୀରେ ବ୍ୟାରେଜ ନିର୍ମାଣ କରି ଜଳଧାରଣ କ୍ଷମତା ବଢାଇବାକୁ ବାରମ୍ବାର ଦାବି । ଅଧିକ ପଢନ୍ତୁ

କମିବାରେ ଲାଗିଛି ଚିରତ୍ସୋତା ମହାନଦୀର ଜଳସ୍ତର
କମିବାରେ ଲାଗିଛି ଚିରତ୍ସୋତା ମହାନଦୀର ଜଳସ୍ତର

By

Published : Feb 26, 2023, 5:49 PM IST

ବନ୍ଦ ହୋଇଛି ଖଇର ପ୍ରକଳ୍ପ

ସୁବର୍ଣ୍ଣପୁର: ଉତ୍କଳର ଜୀବନ ରେଖା ଭାବେ ପରିଚିତ ଚିରତ୍ସୋତା ମହାନଦୀ । ହେଲେ ଦିନକୁ ଦିନ ମହାନଦୀ ଗର୍ଭ ମରୁଭୂଇଁରେ ପରିଣତ ହେଉଛି । କମି କମି ଯାଉଛି ଚିରତ୍ସୋତା ମହାନଦୀର ବାରିଧାରା । ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟା ଓ ପ୍ରସ୍ତରଖଣ୍ଡରେ ପରିପୂର୍ଣ୍ଣ ମହାନଦୀରେ ବ୍ୟାରେଜ ନିର୍ମାଣ କରି ଜଳଧାରଣ କ୍ଷମତା ବଢାଇବାକୁ ବାରମ୍ବାର ଦାବି ହେଉଛି । ବିନା ବିସ୍ଥାପନରେ ସିଣ୍ଢୋଲ ,ଗୋଧନେଶ୍ବର ଓ ଖଇରମାଳ ଆଦି ବ୍ୟାରେଜ ନିର୍ମାଣ କରି ଶସ୍ୟ ଶାମଳା ସୁବର୍ଣ୍ଣପୁରକୁ ଚୀର ସବୁଜିମାରେ ଭରି ଦେବା ପାଇଁ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।

ଅଥଚ ରାଜ୍ୟ ଜଳସେଚନ ବିଭାଗ ପକ୍ଷରୁ ମଞ୍ଜୁର କରାଯାଇଥିବା ଖଇରମାଳ ବ୍ୟାରେଜ ବନ୍ଦ ହେବା ଖବର ଜଣାପଡିବା ପରେ ଜନଅସନ୍ତୋଷ ବଢିବାରେ ଲାଗିଛି । ୨୦୨୧ ମସିହାରେ ମଞ୍ଜୁର କରାଯାଇଥିବା ପ୍ରକଳ୍ପ ଗୁଡିକ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ଥିବା ବେଳେ କେଉଁ ଉଦ୍ଦେଶ୍ୟରେ ବହୁ ପ୍ରତୀକ୍ଷିତ ଖଇରମାଳ ପ୍ରକଳ୍ପ ବନ୍ଦ କରାଯାଇଛି ତାହାକୁ ନେଇ ଜନସାଧାରଣ ଏବେ ପ୍ରଶ୍ନ କରିଛନ୍ତି । ରାଜ୍ୟ ଜଳ ସଂପଦ ବିଭାଗର ଅନୁଯାୟୀ ଖଇରମାଳ ଠାରେ ଏକ ପ୍ରକଳ୍ପ ନିର୍ମାଣ ପାଇଁ ୧୦୯ କୋଟି ୯୮ ଲକ୍ଷ ଟଙ୍କାର ଅର୍ଥ ମଞ୍ଜୁର ପାଇଁ ଅନୁମତି ମିଳିଥିଲା ।

ତେବେ ଏହି ପ୍ରକଳ୍ପକୁ ବନ୍ଦ କରି ଦିଆଯାଇଥିବା ବେଳେ ସୁବର୍ଣ୍ଣପୁରରେ ମହାନଦୀର ଗୋଧନେଶ୍ବର ଠାରେ ଏକ ପ୍ରକଳ୍ପ ନିର୍ମାଣ ପାଇଁ ଅର୍ଥମନ୍ତ୍ରୀ ବଜେଟ ଭାଷଣରେ କହିଥିଲେ ହେଁ ଏହା ଭାଷଣରେ ହିଁ ସୀମିତ ରହିବ ବୋଲି ବୁଦ୍ଧିଜିବୀମାନେ ଅଭିଯୋଗ କରୁଛନ୍ତି । ଗୋଧନେଶ୍ବର ଠାରେ ପ୍ରକଳ୍ପ ନିର୍ମାଣ କରି ମହାନଦୀର ଜଳଧାରଣ କ୍ଷମତା ବୃଦ୍ଧି କରିବା ସହିତ ଆଖପାଖ ଅଞ୍ଚଳର ଚାଷଜମିକୁ ଜଳସେଚନ ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରହିଛି ।

ହେଲେ ଇତି ମଧ୍ୟରେ ଦୁଇ ବର୍ଷ ବିତି ଯାଇଥିଲେ ବି କାର୍ଯ୍ୟ ଆରମ୍ଭ ପାଇଁ ସରକାରୀ ନିର୍ଦ୍ଦେଶ ମିଳିନାହିଁ କି ଅର୍ଥ ମଞ୍ଜୁର ହୋଇ ନଥିବା ଅଭିଯୋଗ ହେଉଛି । ଜିଲ୍ଲାର ଜନସାଧାରଣ ଓ ଚାଷୀକୂଳକୁ ଖୁସ କରିବା ପାଇଁ ରାଜ୍ୟ ମନ୍ତ୍ରୀମଣ୍ଡଳର ବରିଷ୍ଠ ମନ୍ତ୍ରୀମାନେ କେବଳ ପ୍ରତିଶୃତି ଉପରେ ପ୍ରତିଶୃତି ଦେଇ ଚାଲିଛନ୍ତି । ତେବେ ତୁରନ୍ତ ମହାନଦୀର ଜଳଧାରଣ କ୍ଷମତା ବୃଦ୍ଧି କରିବା ସହିତ ଅଣଜଳସେଚିତ ମରୁଡିଗ୍ରସ୍ତ ଚାଷଜମିକୁ ଜଳସେଚିତ କରିବା ଉପରେ କାର୍ଯ୍ୟ କରା ନଗଲେ ଆଗକୁ ତୀବ୍ର ଆନ୍ଦୋଳନ ହେବ ବୋଲି ଆଇନଜୀବୀ ବଳଦେବ ବେଦବାଗ କହିଛନ୍ତି ।

ଇଟିଭି ଭାରତ,ସୁବର୍ଣ୍ଣପୁର

ABOUT THE AUTHOR

...view details