ସୁବର୍ଣ୍ଣପୁର: ସହରରେ ଜାଳେଣି ଗ୍ୟାସର ଅଭାବ ଦେଖା ଦେଇଛି । ଆଜକୁ ସପ୍ତାହେରୁ ଅଧିକ ସମୟ ହେଲାଣି ବଜାରରେ ଜାଳେଣି ଗ୍ୟାସ ମିଳୁନଥିବା ଅଭିଯୋଗ ହୋଇଛି । ବଜାରରେ ଗ୍ୟାସ ମିଳୁନଥିବା ଯୋଗୁ ବିଶେଷକରି ସହରରେ ଖାଉଟି ମାନେ ବେଶ ଅସୁବିଧାର ସମ୍ବୁଖୀନ ହେଉଛନ୍ତି।
ତେବେ ସହରରେ ଏକମାତ୍ର ବିତରକ କମ୍ପାନୀ ଥିବାରୁ ଲୋକେ ଅନ୍ୟ ଉପାୟ ନ ପାଇ ବିତରକ ଉପରେ ହିଁ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ଏବେ ସାତ ଦିନରୁ ଅଧିକ ହେଲା ସହରରେ ଗ୍ୟାସ ଆଉ ହୋମ ଡେଲିଭରି ହେଉନାହିଁ । ସେହିପରି ବିଭିନ୍ନ ଗାଁ ଗହଳିରୁ ଲୋକେ ଗ୍ୟାସ ନେବା ପାଇଁ ଆସି ଖାଲି ଗ୍ୟାସ ସିଲିଣ୍ଡର ଧରି ଘରକୁ ନିରାଶରେ ଫେରୁଛନ୍ତି ।