ସୁବର୍ଣ୍ଣପୁର:ଆରମ୍ଭ ହୋଇଛି ନବରାତ୍ରୀ । ସୁବର୍ଣ୍ଣପୁର ସହରରରେ ଢେରା ବା ଦେବାଂଗୁଲୁ ସଂପ୍ରଦାୟର ଲୋକେ ଶନିବାର ମଧ୍ୟରାତ୍ର ଯାଏଁ ଉଗାଡି ପର୍ବକୁ ଧୁମଧାମରେ ପାଳନ କରିଛନ୍ତି । ଦୀର୍ଘ ୨ ବର୍ଷ ପରେ ଦକ୍ଷିଣ ଭାରତୀୟ ପରମ୍ପରାକୁ ବଜାୟ ରଖି ହିନ୍ଦୁ ନବ ବର୍ଷକୁ ଉତ୍ସାହର ସହ ପାଳନ କରିଛନ୍ତି । ଏହି ପର୍ବରେ ଦକ୍ଷିଣ ଭାରତୀୟ ଅବା ଦେବାଂଗୁଲୁ ସଂପ୍ରଦାୟର ଦେବୀ ବୁଢୀମା ଠାକୁରାଣୀଙ୍କ ସ୍ବତନ୍ତ୍ର ପୂଜା ଆରଧନା କରାଯାଇଛି ।
ସେହିପରି ପାରସ୍ପରିକ ସଂପର୍କ ରକ୍ଷା ଓ ଭାତୃଭାବ ପ୍ରତିଷ୍ଠା ପାଇଁ ବିଭିନ୍ନ ବର୍ଗରେ ଦେବାଂଗୁଲୁ ବା ଢେରା ଲୋକେ ଭାଗ ଭାଗ ହୋଇ ବିଭିନ୍ନ ପ୍ରତିଯୋଗିତାରେ ନିଜକୁ ସାମିଲ କରିଛନ୍ତି । ବୟସ୍କ, ଅବିବାହିତ ଝିଅ, ଗୃହିଣୀ ଓ ଶିଶୁମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏକ ଆଧ୍ୟାତ୍ମିକ ଓ ସାମାଜିକ ପରିବେଶ ସୃଷ୍ଟି ଦିଗରେ ଏହି ଉଗାଡି ପର୍ବ ବେଶ ସହାୟକ ହୋଇ ପାରିଛି ।