ସୁବର୍ଣ୍ଣପୁର:ଆସନ୍ତା 27 ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପୂର୍ବ ନାଗାର୍ଜୁନ ବେଶ ପାଇଁ ସଜ ତୁଳସୀ ପତ୍ର ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିଲାଗି ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରରେ ଥିବା ପୁରାତନ ଶ୍ରୀ ଜଗନ୍ନାଥ ମନ୍ଦିର ପକ୍ଷରୁ ଏକ ରଥ ବାହାର କରି ତୁଳସୀ ପତ୍ର ସଂଗ୍ରହ କରିବା ପାଇଁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।
ସୁବର୍ଣ୍ଣପୁର ଜିଲ୍ଲାରେ 1230 ମସିହାରେ ନିର୍ମିତ ହୋଇଥିବା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏହି ସର୍ବ ପୁରାତନ ମନ୍ଦିର ସହିତ ପୁରୀ ଶ୍ରୀମନ୍ଦିର ସଂପର୍କ ରହିଛି । ଏଥିଲାଗି ତୁଳସୀ ରଥ ପରିକ୍ରମା କରି ସଜ ଫୁଲ ତୁଳସୀ ସଂଗ୍ରହ କରି ଶ୍ରୀକ୍ଷେତ୍ର ନେବା ପାଇଁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷ କୋରୋନା ମହାମାରୀ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ଶ୍ରଦ୍ଧାଳୁମାନଙ୍କୁ ବଞ୍ଚିତ କରିଛନ୍ତି ।