ସୁବର୍ଣ୍ଣପୁର: ଆଜି କାର୍ତ୍ତିକ ଶୁକ୍ଳ ଏକାଦଶୀ । ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ଆଶ୍ବୀନ ଶୁକ୍ଲ ଏକାଦଶୀ ତିଥିରୁ କାର୍ତ୍ତିକ ଶୁକ୍ଳ ଦଶମୀ ତିଥି ପର୍ଯ୍ୟନ୍ତ ରାଧା ଦାମୋଦର ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଥାନ୍ତି । କିନ୍ତୁ ଶ୍ରୀଜିଉ ବୁଧବାରଠୁ ଲକ୍ଷ୍ଣୀ ନାରାୟଣ ବେଶରେ ଦର୍ଶନ ଦେବେ । ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କ ପାଇଁ ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ତୁଳସୀ ଓ ସୁଗନ୍ଧିତ ପୁଷ୍ପ ପଠାଇଛନ୍ତି । ସେହିପରି ସୁବର୍ଣ୍ଣପୁର ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୁଷୋତ୍ତମ କ୍ଷେତ୍ର ପୁରୀକୁ ଶ୍ରୀଜଗନ୍ନାଥଙ୍କ ପାଇଁ ଶ୍ରଦ୍ଧାଳୁମାନେ ତୁଳସୀ ରଥରେ ସୁଗନ୍ଧିତ ପୁଷ୍ପ ଓ ତୁଳସୀ ପଠାଇଛନ୍ତି ।
ପଞ୍ଚୁକ ଏକାଦଶୀରେ ମହାପ୍ରଭୁଙ୍କ ପାଖରେ ଲାଗି ହେବ ତୁଳସୀ, ପୁରୁଷୋତ୍ତମ କ୍ଷେତ୍ରରେ ପହଞ୍ଚିଲା ତୁଳସୀ ରଥ - ପୁରୁଷୋତ୍ତମ କ୍ଷେତ୍ରକୁ ପହଞ୍ଚିଲା ତୁଳସୀ ରଥ
ଶ୍ରୀଜିଉ ଆଜି ଲକ୍ଷ୍ମୀ ନାରାୟଣ ବେଶରେ ଦର୍ଶନ ଦେଇଛନ୍ତି । ସୁବର୍ଣ୍ଣପୁର ପାତାଳୀ ଶ୍ରୀକ୍ଷେତ୍ରରୁ ପୁରୁଷୋତ୍ତମ କ୍ଷେତ୍ର ପୁରୀକୁ ଶ୍ରୀଜଗନ୍ନାଥଙ୍କ ପାଇଁ ଶ୍ରଦ୍ଧାଳୁମାନେ ତୁଳସୀ ରଥରେ ସୁଗନ୍ଧିତ ପୁଷ୍ପ ଓ ତୁଳସୀ ପଠାଇଛନ୍ତି । ଏଇ ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁଙ୍କୁ ଭକ୍ତିରେ ତୁଳସୀ ଦେଲେ ଦୁଃଖ ଦୂର ହୋଇଥାଏ । ଅଧିକ ପଢ଼ନ୍ତୁ
Published : Nov 23, 2023, 8:06 AM IST
ପାତାଳୀ ଶ୍ରୀକ୍ଷେତ୍ରରୁ ଅଁଳା ନବମୀ ତିଥିର ପାହାନ୍ତିଆରୁ ତୁଳସୀ ରଥ ବାହାରି ଥାଲା । ଏହା ବିଭିନ୍ନ ସହର ପରିକ୍ରମା କରିବା ସହିତ ଶ୍ରଦ୍ଧାଳୁମାନଙ୍କ ଦ୍ବାରା ପ୍ରେରଣ କରାଯାଇଥିବା ତୁଳସୀ ଓ ସୁଗନ୍ଧିତ ପୁଷ୍ପକୁ ନେଇ ପୁରୁଷୋତ୍ତମ କ୍ଷେତ୍ରରେ ପହଞ୍ଚିଛି । 31 ଜଣ ଶ୍ରଦ୍ଧାଳୁ ପ୍ରତ୍ୟକ୍ଷ ଭାବେ ଏହି ତୁଳସୀ ରଥ ପରିକ୍ରମାରେ ସାମିଲ ହୋଇ ପୁରୁଷୋତ୍ତମ କ୍ଷେତ୍ରରେ ପହଞ୍ଚି ଥିଲେ । ଆଜି ଏହି ଫୁଲ ତୁଳସୀ ଶ୍ରୀବିଗ୍ରହମାନଙ୍କ ପାଖରେ ଲାଗିହେବ । ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳାଭୂମି ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷେତ୍ର । ସେଠାରୁ ପୁରୀ ଶ୍ରୀକ୍ଷେତ୍ରକୁ ଏହି ଭବ୍ୟ ତୁଳସୀ ରଥ ଆସିବା ମଧ୍ୟରେ ବିଭିନ୍ନ ଯାଗାରେ ଶ୍ରଦ୍ଧାଳୁମାନେ ତୁଳସୀ ରଥକୁ ସ୍ବାଗତ ସମ୍ବର୍ଦ୍ଧନା କରିଥାଆନ୍ତି । ତାସହିତ ଶ୍ରୀବିଗ୍ରହମାନଙ୍କ ପାଇଁ ଫୁଲ ତୁଳସୀ ପ୍ରେରଣ କରିଥାଆନ୍ତି ।
ପାତାଳି ଶ୍ରୀକ୍ଷେତ୍ରଠାରୁ ବାହାରିଥିବା ତୁଳସୀ ରଥ ଜଗନ୍ନାଥ ସଡ଼କରେ ବିନିକା, ସୁବର୍ଣ୍ଣପୁର ସହର, ବୌଦ୍ଧ ସହର, ଦଶପଲ୍ଲା ଓ ନୟାଗଡ଼ ଦେଇ ପୁରୀ ଶ୍ରୀକ୍ଷେତ୍ରକୁ ପହଞ୍ଚିଥାଏ । ବିଗତ ୪ବର୍ଷ ଧରି ଚାଲିଥିବା ତୁଳସୀ ଯାତ୍ରାରେ ଏବର୍ଷ ସୁବର୍ଣ୍ଣପୁର ଜିଲ୍ଲାରୁ ୧୬ ଝୁଡି ତୁଳସୀ ସଂଗୃହୀତ ହୋଇ ଏହି ରଥରେ ପ୍ରେରଣ କରାଯାଇଛି । ଯାତ୍ରାପଥରେ ଶ୍ରଦ୍ଧାଳୁ ଭକ୍ତମାନେ ତୁଳସୀ, ଦୟଣା ଓ ଫୁଲ ଦାନ କରିଥାଆନ୍ତି । ବିଭିନ୍ନ ସ୍ଥାନରେ ତୁଳସୀ ରଥକୁ ହରିବୋଲ ହୁଳହୁଳିର ସହିତ ସ୍ବାଗତ କରିବା ସହ ଆଳତୀ କରିଥାଆନ୍ତି । ପୁରୀ ଶ୍ରୀକ୍ଷେତ୍ର ସହ ଶ୍ରୀଜଗନ୍ନାଥ ସଂସ୍କୃତିର ଆଦି ପୀଠ ସୁବର୍ଣ୍ଣପୁର ପାତାଳି ଶ୍ରୀକ୍ଷେତ୍ର ଭିତରେ ଏକ ଭାବଗତ ସମ୍ପର୍କ ରହିଛି । ଏହି ତୁଳସୀ ଯାତ୍ରା ପ୍ରତିଷ୍ଠା କରିବାରେ ଆଧ୍ୟାତ୍ମିକ କାରଣ ରହିଥିବା ଆୟୋଜକ ମଣ୍ଡଳୀ କହିଛି । ତୁଳସୀ ପାଇଁ ମହାପ୍ରଭୁଙ୍କ ଶ୍ରଦ୍ଧାକୁ କିଏ ବା ନଜାଣେ । କୁହାଯାଏ ଏଇ ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁଙ୍କୁ ଭକ୍ତିରେ ତୁଳସୀ ଦେଲେ ଦୁଃଖ ଦୂର ହୋଇଥାଏ ।