ଓଡିଶା

odisha

ETV Bharat / state

Panchayat Polls: ଭଜନ ଗାଇ ଭୋଟ ମାଗିଲେ ପରିବହନ ମନ୍ତ୍ରୀ

ଚର୍ଚ୍ଚାରେ ପରିବହନ ମନ୍ତ୍ରୀଙ୍କ 'ବାବା ଚମ୍ପେଶ୍ଵର ପାରେ ସୁଦୟା କର' ଭଜନ । ଏପରି ଭାବେ ଭଜନ ଗାଇ ବିଜେଡି ପ୍ରାର୍ଥୀ ପାଇଁ ଭୋଟ ମାଗିଲେ ମନ୍ତ୍ରୀ ପଦ୍ମନାଭ ବେହେରା ।

ଭଜନ ଗାଇ ଭୋଟ ମାଗିଲେ ପରିବହନ ମନ୍ତ୍ରୀ
ଭଜନ ଗାଇ ଭୋଟ ମାଗିଲେ ପରିବହନ ମନ୍ତ୍ରୀ

By

Published : Feb 20, 2022, 7:31 AM IST

ସୁବର୍ଣ୍ଣପୁର:ରାଜ୍ୟରେ ଚାଲିଛି ପଞ୍ଚାୟତ ଫାଇଟ୍ । ଘମାଘୋଟ ପ୍ରଚାରରେ କମ୍ପୁଛି ଗାଁ । ବିଭିନ୍ନ ରାଜନୈତିକ ଦଳୀୟ କର୍ମୀ ସାଙ୍ଗକୁ ହାଇପ୍ରୋଫାଇଲ ନେତା ଘର ଘର ବୁଲି ଭୋଟ ଭିକ୍ଷା କରୁଥିବାବେଳେ ଏବେ ଚର୍ଚ୍ଚାକୁ ଆସିଛି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ନିର୍ବାଚନୀ ପ୍ରଚାର । ମନ୍ତ୍ରୀ ବିଜେଡି ପାଇଁ ଭଜନ ଗାଇ ଭୋଟ ମାଗୁଥିବାର ଦେଖାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାର ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚମ୍ପାମାଲ ଗାଁରେ ଭଜନ ଗାଇ ପ୍ରଚାର କରିଛନ୍ତି ପରିବହନ ମନ୍ତ୍ରୀ ।

ଭଜନ ଗାଇ ଭୋଟ ମାଗିଲେ ପରିବହନ ମନ୍ତ୍ରୀ

ଚମ୍ପାମାଲ ଅଞ୍ଚଳର ଆରାଧ୍ୟ ଠାକୁର ବାବା ଚମ୍ପେଶ୍ଵରଙ୍କ ନାମରେ ଭଜନ ଗାଇଛନ୍ତି ମନ୍ତ୍ରୀ । 'ବାବା ଚମ୍ପେଶ୍ଵର ପାରେ ସୁଦୟା କର ହେ ପାର୍ବତୀ ପତି ପ୍ରଭୁ ଶିବ ଶଙ୍କର' ଭଜନ ଗାଇ ଭୋଟରଙ୍କୁ ଆକୃଷ୍ଟ କରିଛନ୍ତି । ସୂଚନା ଅନୁଯାୟୀ, ପଦ୍ମନାଭ ବେହେରା ବିରମହାରାଜପୁର ବ୍ଲକ ଜିଲ୍ଲା ପରିଷଦର ଏକ ନମ୍ବର ଜୋନ ବିଜେଡି ପ୍ରାର୍ଥୀ ରଞ୍ଜିତ କୁମାର ରଥଙ୍କ ପ୍ରଚାରର ମଙ୍ଗ ଧରିଛନ୍ତି । ମନ୍ତ୍ରୀ ବିଭିନ୍ନ ପଞ୍ଚାୟତର ଗାଁ ଗାଁ ବୁଲି ଭୋଟ ଭିକ୍ଷା କରୁଥିବା ଦେଖାଯାଇଛି ।

ଚଳିତ ନିର୍ବାଚନରେ ଏହି ଏକ ନମ୍ବର ଜୋନ ପାଇଁ ବିଜେଡି ଦଳର ପ୍ରାର୍ଥୀ ଭାବେ ରଞ୍ଜିତ କୁମାର ରଥ ନିର୍ବାଚନ ମଇଦାନରେ ଓହ୍ଲାଇ ଥିବାବେଳେ ବିଜେଡି ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ମନ୍ତ୍ରୀ ନିଜେ ଭୋଟ ମାଗୁଛନ୍ତି । ନବୀନ ପଟ୍ଟନାୟକଙ୍କ ଜନହିତକାରୀ ଯୋଜନା ଓ ଗାଁର ବିକାଶକୁ ପାଥେୟ କରି ଭୋଟ ଭିକ୍ଷା କରୁଛନ୍ତି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details