ସୁବର୍ଣ୍ଣପୁର:ଦେଶର କୃଷି ଓ କୃଷକର ଉନ୍ନତି ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ବିଭିନ୍ନ ମନ୍ତ୍ରଣାଳୟର ସମନ୍ବୟରେ କୃଷକର ଆର୍ଥିକ ପ୍ରଗତି ସହିତ କୃଷି ଖର୍ଚ୍ଚ କମାଇବା ପାଇଁ ପ୍ରୟାସ ଜାରି ରହିଛି। କୃଷି ଗବେଷଣା ଲବ୍ଧ ସିଦ୍ଧାନ୍ତକୁ ନେଇ କୃଷି କାର୍ଯ୍ୟ କରିବା ପାଇଁ କୃଷକ ମାନଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି।
ଏହି କ୍ରମରେ ପରିବର୍ତ୍ତିତ ଜଳବାୟୁକୁ ନେଇ ସ୍ବଳ୍ପ ଇନ୍ଧନ ଖର୍ଚ୍ଚରେ କେଉଁ ଚାଷ କାର୍ଯ୍ୟ କଲେ କୃଷକ ଉତ୍ପାଦକ, ଶକ୍ତି ବୃଦ୍ଧି କରି ପାରିବ ଓ ଲାଭବାନ ହେବ ସେ ସମ୍ପର୍କରେ କୃଷକ ମାନଙ୍କୁ ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ରରେ ତାଲିମ ପ୍ରଦାନ କରାଯାଇଛି। ସୌରଶକ୍ତି ସମ୍ପନ୍ନ କୃଷି ଯନ୍ତ୍ରପାତିର ବ୍ୟବହାର ସହିତ ମୃତ୍ତିକା ଓ ଜଳବାୟୁ ଉପଯୋଗୀ କୃଷି କାର୍ଯ୍ୟ ପାଇଁ ତାଲିମ ଦିଆଯାଉଛି।