ସୁବର୍ଣ୍ଣପୁର:ଗାଁ ଯୁବତୀଙ୍କୁ ରୋଜଗାରକ୍ଷମ କରିବାକୁ ପ୍ରଶିକ୍ଷଣ ଶିବିର ।ଜିଲ୍ଲା ଗ୍ରାମୀଣ ଆତ୍ମନିଯୁକ୍ତି କେନ୍ଦ୍ରରେ ବାଳିକାଙ୍କୁ ଆତ୍ମନିଯୁକ୍ତି ପ୍ରଦାନ କରାଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ସୁବର୍ଣ୍ଣପୁର ଶାଖା ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି ।
ଗ୍ରାମୀଣ ଯୁବତୀଙ୍କୁ ରୋଜଗାରକ୍ଷମ କରିବାକୁ ପ୍ରଶିକ୍ଷଣ ଶିବିର - 16 ଜଣ ବଳିକାଙ୍କୁ ତାଲିମ
ସୁବର୍ଣ୍ଣପୁର ଜିଲ୍ଲାରେ ଗାଁ ଯୁବତୀଙ୍କୁ ରୋଜଗାରକ୍ଷମ କରିବାକୁ ଗ୍ରାମୀଣ ଆତ୍ମନିଯୁକ୍ତି କେନ୍ଦ୍ରରେ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି । ଅଧିକ ପଢନ୍ତୁ...

ଆତ୍ମନିୟୁକ୍ତି କେନ୍ଦ୍ରରେ 16ଜଣ ବାଳିକାଙ୍କୁ ଆତ୍ମନିଯୁକ୍ତି ପ୍ରଦାନ କରାଯାଇଛି । ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲାପାଳ ମନୀଷା ବାନାର୍ଜୀ ଯୋଗଦେଇ 16 ଜଣ ବାଳିକାଙ୍କୁ ଆତ୍ମନିଯୁକ୍ତି ଦିଆଯାଇ ପାରିଥିବା ଏକ ବଡ଼ ଧରଣର ସଫଳତା ବୋଲି କହିଛନ୍ତି।
ତେବେ ଗ୍ରାମୀଣ ବାଳିକା ମାନଙ୍କୁ ଆତ୍ମନିର୍ଭରଶୀଳ ତଥା ରୋଜଗାରକ୍ଷମ କରିବା ପାଇଁ ଷ୍ଟେଟ ବ୍ୟାଙ୍କ ସହାୟତାରେ ଇ ରିକ୍ସା ପ୍ରଦାନ କରିବା ସହିତ ଇ ରିକ୍ସା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଜିଲ୍ଲା ପରିବହନ ବିଭାଗର ବରିଷ୍ଠ ପ୍ରଶିକ୍ଷକମାନେ ଏହି ବାଳିକା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ତେବେ ଜିଲ୍ଲା ପ୍ରଶାସନର ଏପରି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ