ଓଡିଶା

odisha

ETV Bharat / state

ଦିଲ୍ଲୀର କୃଷକ ଆନ୍ଦୋଳନକୁ ସମର୍ଥନ, ମୋଟର ସାଇକେଲ ଶୋଭାଯାତ୍ରାରେ ଟ୍ରେଡ଼ ୟୁନିୟନ - ସୁବର୍ଣ୍ଣପୁର

ଜିଲ୍ଲା ଟ୍ରେଡ଼ ୟୁନିୟନ ସମନ୍ବୟ ସମିତି ପକ୍ଷରୁ ଆଜି(ମଙ୍ଗଳବାର) ସହରରେ ମୋଟର ସାଇକେଲ ଶୋଭାଯାତ୍ରା କରାଯାଇଛି। ଅଧିକ ପଢନ୍ତୁ...

ଦିଲ୍ଲୀର କୃଷକ ଆନ୍ଦୋଳନକୁ ସମର୍ଥନ, ମୋଟର ସାଇକେଲ ଶୋଭାଯାତ୍ରାରେ ଟ୍ରେଡ଼ ୟୁନିୟନ
ଦିଲ୍ଲୀର କୃଷକ ଆନ୍ଦୋଳନକୁ ସମର୍ଥନ, ମୋଟର ସାଇକେଲ ଶୋଭାଯାତ୍ରାରେ ଟ୍ରେଡ଼ ୟୁନିୟନ

By

Published : Jan 26, 2021, 6:57 PM IST

ସୁବର୍ଣ୍ଣପୁର: ଜିଲ୍ଲା ଟ୍ରେଡ଼ ୟୁନିୟନ ସମନ୍ବୟ ସମିତି ପକ୍ଷରୁ ଆଜି(ମଙ୍ଗଳବାର) ସହରରେ ମୋଟର ସାଇକେଲ ଶୋଭାଯାତ୍ରା କରାଯାଇଛି। ଟ୍ରେଡ଼ ୟୁନିୟନ ନେତା ଗୋବିନ୍ଦ ମହାରଣାଙ୍କ ନେତୃତ୍ବରେ ଶତାଧିକ ଟ୍ରେଡ଼ ୟୁନିୟନ କର୍ମୀ ଓ ଚାଷୀ ସ୍ଥାନୀୟ ବ୍ଲକ ଛକରୁ ବାହାରି ଶୋଭାଯାତ୍ରାରେ ସହର ପରିକ୍ରମା କରିଛନ୍ତି।

ଦିଲ୍ଲୀର କୃଷକ ଆନ୍ଦୋଳନକୁ ସମର୍ଥନ, ମୋଟର ସାଇକେଲ ଶୋଭାଯାତ୍ରାରେ ଟ୍ରେଡ଼ ୟୁନିୟନ

କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନର ପ୍ରତିବାଦ କରିବା ସହ ଦିଲ୍ଲୀର ଟ୍ରାକ୍ଟର ଶୋଭାଯାତ୍ରାର ସମର୍ଥନରେ ଏହି ବାଇକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାରେ ବାଇକ ଆରୋହୀମାନେ ଭାରତ ମାତା ଓ ଦେଶର ମହାପୁରୁଷଙ୍କ ଜୟଗାନ କରୁଥିବା ଦେଖିବାକୁ ମିଳିଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details