ସୁବର୍ଣ୍ଣପୁର : ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଦାବି । ଟ୍ରେଡ ୟୁନିୟନ ସମନ୍ବୟ ସମିତି ଏହି ଦାବି କରିଥିବା ବେଳେ ରେଳ ବିଭାଗ ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
2023 ମସିହା ମାର୍ଚ୍ଚ ସୁଦ୍ଧା ଏହି ରେଳ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ବଲାଙ୍ଗୀର ଠାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘୋଷଣା କରିଥିଲେ । ଯାହା ବର୍ତ୍ତମାନ ସଂପୂର୍ଣ୍ଣ ହେବାର ସମ୍ଭାବନା ନାହିଁ ବୋଲି ଅଭିଯୋଗ କରିଛି ଟ୍ରେଡ ୟୁନିୟନ ସମନ୍ବୟ ସମିତି । ତେବେ ଏହାର ସମୀକ୍ଷା କରାଯାଇ ଏହି ରେଳ ପ୍ରକଳ୍ପ ତୁରନ୍ତ ସଂପୂର୍ଣ୍ଣ କରିବା ପାଇଁ ଦୃଢ ଦାବି ହୋଇଛି । ସେହିପରି ସମ୍ବଲପୁର-ବ୍ରହ୍ମପୁର ରେଳ ପ୍ରକଳ୍ପ ଉଲୁଣ୍ଡା ,ସୁବର୍ଣ୍ଣପୁର ,କଣ୍ଟାମାଳ ,ଗୋଛାପଡା ,ଫୁଲବାଣୀ , ଭଂଜନଗର ଓ ଆସିକା ଦେଇ ବ୍ରହ୍ମପୁର ପର୍ଯ୍ୟନ୍ତ ନିର୍ମାଣ କରିବା ପାଇଁ ଦାବି ହୋଇଛି ।