ସୁବର୍ଣ୍ଣପୁର:ଟ୍ରାକ୍ଟର ମାଲିକ ସଂଘର ପକ୍ଷରୁ ଅଭିନବ ପ୍ରତିବାଦ । ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଟ୍ରାକ୍ଟର ଧରି ଜଣାଇଲେ ପ୍ରତିବାଦ । ସରକାରଙ୍କ ତୃଟିପୂର୍ଣ୍ଣ ନୀତି ଯୋଗୁଁ ସହରରେ ନିର୍ମାଣ କାମ ପାଇଁ ଆବଶ୍ୟକ ବାଲି, ମାଟି, ମୋରମ, ପଥର, ଗେଟି, ଚିପ୍ ଉଠାଣ ଓ ଯୋଗାଣ ହୋଇପାରୁନି। ଯାହାଦ୍ବାରା ନିର୍ମାଣ କାମ ମଧ୍ୟ ବନ୍ଦ ରହୁଥିବା ଅଭିଯୋଗ ହୋଇଛି। ବାରମ୍ବାର ଏନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୈଣସି ସୁଫଳ ମିଳି ନ ଥିବା ଅଭିଯୋଗ ହୋଇଛି ।
ବିଭିନ୍ନ ଦାବି ନେଇ ଟ୍ରାକ୍ଟର ସଂଘର ବିକ୍ଷୋଭ ପ୍ରଦର୍ଶନ - ସୁବର୍ଣ୍ଣପୁର ଖବର
ଟ୍ରାକ୍ଟର ସଂଘର ବିକ୍ଷୋଭ ପ୍ରଦର୍ଶନ । ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦେଲେ ଧାରଣା । ସରକାରଙ୍କ ତୃଟିପୂର୍ଣ୍ଣ ନୀତି ଯୋଗୁଁ ସହରରେ ନିର୍ମାଣ କାମ ପାଇଁ ଆବଶ୍ୟକ ବାଲି ଓ ମାଟି ହୋଇପାରୁନି ଉଠାଣ ଓ ଯୋଗାଣ । ଅଧିକ ପଢନ୍ତୁ....
ସୁବର୍ଣ୍ଣପୁର ପ୍ରଶାସନ ମାଲିକଙ୍କ ଦାବି ଶୁଣୁ ନ ଥିବାରୁ ସମସ୍ତ ଟ୍ରାକ୍ଟର ମାଲିକମାନେ ନିଜ ନିଜ ଟ୍ରାକ୍ଟର ଧରି ଏକ ଶୋଭାଯତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ ନ ହେଲେ କର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବେ ବୋଲି ଚେତାବନି ଦେଇଛନ୍ତି । ତେଲନଦୀ ବାଲିଘାଟରେ ଲାଗିଥିବା ରହିତାଦେଶ ତୁରନ୍ତ ହଟାଯିବା ସହ ତେଲନଦୀରେ ଦ୍ବିତୀୟ ବାଲିଘାଟ ତୁରନ୍ତ ନିଲାମ କରାଯାଇ କାର୍ଯ୍ୟକାରୀ କରାଯାଉ। ନିଲାମ ନ ହେବା ପର୍ଯ୍ୟନ୍ତ ଟ୍ରାକ୍ଟର ମାଲିକଙ୍କୁ ପୂର୍ବଭଳି ତେଲନଦୀରୁ ବାଲି ଉଠେଇବାକୁ ଅନୁମତି ଦିଆଯାଉ । ଦାବି ପୂରଣ ପାଇଁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ