ଓଡିଶା

odisha

ETV Bharat / state

ଆସନ୍ତାକାଲି ପଞ୍ଚାୟତ ଉପନିର୍ବାଚନ, ପହଞ୍ଚିଲେ ପୋଲିଂ ପାର୍ଟି - ସୁବର୍ଣ୍ଣପୁରରେ ପଞ୍ଚାୟତ ଉପନିର୍ବାଚନ

ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି ପଞ୍ଚାୟତରେ ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଭୋଟ ଗ୍ରହଣ କରାଯିବ । ସେହିପରି ସଦର ବ୍ଲକ ମୟୁର ଉଡାନ ପଞ୍ଚାୟତରେ ସମିତି ସଭ୍ୟ ପଦବୀ ପାଇଁ ଭୋଟ ଗ୍ରହଣ କରାଯିବ । ଅଧିକ ପଢନ୍ତୁ...

ଆସନ୍ତାକାଲି ପଞ୍ଚାୟତ ଉପନିର୍ବାଚନ, ପଞ୍ଚାୟତରେ ପହଁଚିଲେ ପୋଲିଂ ପାର୍ଟି
ଆସନ୍ତାକାଲି ପଞ୍ଚାୟତ ଉପନିର୍ବାଚନ, ପଞ୍ଚାୟତରେ ପହଁଚିଲେ ପୋଲିଂ ପାର୍ଟି

By

Published : Dec 21, 2020, 9:39 PM IST

ସୁବର୍ଣ୍ଣପୁର: ଆସନ୍ତାକାଲି (ମଙ୍ଗଳବାର) ସୁବର୍ଣ୍ଣପୁର ଜିଲ୍ଲାର ଦୁଇଟି ପଞ୍ଚାୟତରେ ଉପ-ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ବିନିକା ବ୍ଲକ ସିନ୍ଦୁରପୁର ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଭୋଟ ଗ୍ରହଣ କରାଯିବ । ସେହିପରି ସଦର ବ୍ଲକ ମୟୁର ଉଡାନ ପଞ୍ଚାୟତରେ ସମିତି ସଭ୍ୟ ପଦବୀ ପାଇଁ ଭୋଟ ଗ୍ରହଣ କରାଯିବ । ସିନ୍ଦୁରପୁର ପଞ୍ଚାୟତରେ 11 ଗୋଟି ବୁଥ ପାଇଁ 44 ଜଣ କର୍ମଚାରୀଙ୍କୁ ଭୋଟ ଗ୍ରହଣ କରିବା ପାଇଁ ଦାୟିତ୍ବ ପ୍ରଦାନ କରାଯାଇଥିବାବେଳେ ମୟୁର ଉଡାନ ପଞ୍ଚାୟତରେ 12 ଗୋଟି ବୁଥ ପାଇଁ 48 ଜଣ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।

ଆସନ୍ତାକାଲି ପଞ୍ଚାୟତ ଉପନିର୍ବାଚନ, ପଞ୍ଚାୟତରେ ପହଁଚିଲେ ପୋଲିଂ ପାର୍ଟି

ସେହିପରି ଉଭୟ ପଞ୍ଚାୟତ ପାଇଁ ଦୁଇ ଜଣ ସେକ୍ଟର ଅଫିସର, ଦୁଇଜଣ ମାଜିଷ୍ଟ୍ରେଟଙ୍କୁ ନିଯୁକ୍ତି ଦିଆଯାଇଛି । ଉଭୟ ପଞ୍ଚାୟତରେ ଦୁଇ ପ୍ଲାଟୁନ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି । ଆସନ୍ତାକାଲି ସକାଳ 7 ରୁ ଦିନ 12ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ତହିଁ ପରଦିନ ବ୍ଲକ କାର୍ଯ୍ୟାଳୟ ଗୁଡିକରେ ଭୋଟ ଗଣତି କରାଯିବ । ସିନ୍ଦୁରପୁର ପଞ୍ଚାୟତର ସରପଞ୍ଚ ଅସିଦ୍ଧ ଘୋଷଣା ହୋଇଥିବାରୁ ଏହି ଉପନିର୍ବାଚନ ହେଉଛି । ସେହିପରି ମୟୂର ଉଡାନ ପଞ୍ଚାୟତର ସମିତି ସଭ୍ୟଙ୍କ ମୃତ୍ୟୁ ହେବା ପରେ ପଦଟି ଖାଲି ହୋଇଥିଲା ।

ଆସନ୍ତାକାଲି ପଞ୍ଚାୟତ ଉପନିର୍ବାଚନ, ପଞ୍ଚାୟତରେ ପହଁଚିଲେ ପୋଲିଂ ପାର୍ଟି
ଆସନ୍ତାକାଲି ପଞ୍ଚାୟତ ଉପନିର୍ବାଚନ, ପଞ୍ଚାୟତରେ ପହଁଚିଲେ ପୋଲିଂ ପାର୍ଟି

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details