ଓଡିଶା

odisha

ETV Bharat / state

ପ୍ରଶାସନ ବୁଝିଲା ଚାଷୀଙ୍କ ଦୁଃଖ: ଟୋକନ ସମସ୍ୟାର ହେଲା ସମାଧାନ - subarnapur news

ସୁବର୍ଣ୍ଣପୁର ଜିଲ୍ଲାରେ ଚାଷୀଙ୍କ ଟୋକନ ସମସ୍ୟାର ସମାଧାନ ତୁରନ୍ତ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ । ଅଧିକ ପଢନ୍ତୁ...

tokona problem of farmer solved immediately : district administration
ପ୍ରଶାସନ ବୁଝିଲା ଚାଷୀଙ୍କ ଦୁଃଖ: ଟୋକନ ସମସ୍ୟାର ହେଲା ସମାଧାନ

By

Published : Dec 21, 2020, 4:29 PM IST

ସୁବର୍ଣ୍ଣପୁର : ଜିଲ୍ଲାରେ ଚାଷୀଙ୍କ ଟୋକନ ସମସ୍ୟାର ସମାଧାନ ତୁରନ୍ତ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ । ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ପାଖରେ ଚରଦା , ସିନ୍ଦୁରପୁର , ବିନିକା ତଥା ଡୁଙ୍ଗୁରିପାଲି ଅଞ୍ଚଳର ଅନେକ ଚାଷୀ ଟୋକନ ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଥିଲେ । ତେବେ ଜିଲ୍ଲାପାଳ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ଚାଷୀ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଶାସନ ବୁଝିଲା ଚାଷୀଙ୍କ ଦୁଃଖ: ଟୋକନ ସମସ୍ୟାର ହେଲା ସମାଧାନ

ଜିଲ୍ଲାରେ ଗତ ନଭେମ୍ବର 20ରୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକରେ କୃଷି ସମବାୟ ସମିତି ଓ ମହିଳା ସ୍ବଂୟ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ 114ଟି କ୍ରୟ କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ହେଲେ 20 ଦିନ ପରେ ବି 29ଟି ଧାନ କ୍ରୟ କେନ୍ଦ୍ର ବିଭିନ୍ନ କାରଣରୁ ଖୋଲା ଯାଇ ପାରି ନ ଥିଲା । ତେବେ ଏବେ 62 ଗୋଟି କୃଷି ସମବାୟ ସମିତି ଓ 14 ଗୋଟି ସହାୟକ କେନ୍ଦ୍ର, 14 ଗୋଟି ସ୍ବଂୟ ସହାୟକ ଗୋଷ୍ଠୀ ସମେତ ସମସ୍ତ ଧାନ କ୍ରୟ କେନ୍ଦ୍ର ଖୋଲାଯାଇ ଆଜି ପର୍ଯ୍ୟନ୍ତ 9 ଲକ୍ଷ 50 ହଜ଼ାର କୁଇଣ୍ଟାଲରୁ ଅଧିକ ଧାନ ସଂଗ୍ରହ କରାଯାଇଛି । ତେବେ ଏଥର ଜିଲ୍ଲାରେ 23 ଲକ୍ଷ 5 ହଜ଼ାର 83 କୁଇଣ୍ଟାଲ ଧାନ ନିର୍ଧାରିତ ସମୟ ଭିତରେ ସଂଗ୍ରହ କରାଯିବ ବୋଲି ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୂଚନା ଦେଇଛନ୍ତି।

ସୁବର୍ଣ୍ଣପୁରୁ ତୀର୍ଥବାସୀ ପଣ୍ତା, ଇଟିଭି ଭାରତ

ABOUT THE AUTHOR

...view details