ଓଡିଶା

odisha

ETV Bharat / state

ଶେଷ ସୋମବାର: ଚଳଚଞ୍ଚଳ ରାମେଶ୍ବର ଶୈବପୀଠ

ଶ୍ରାବଣ ମାସର ଶେଷ ସୋମବାରକୁ ନେଇ ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଥିବାବେଳେ ଏଥିରୁ ବାଦ ପଡିନି ସୁବର୍ଣ୍ଣପୁର ସହର । ଜଳାଭିଷେକ କରିବାକୁ ଶେଷ ସୋମବାରରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଜମିଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

By

Published : Aug 12, 2019, 11:53 AM IST


ସୁବର୍ଣ୍ଣପୁର: ଆଜି ପବିତ୍ର ଶ୍ରାବଣ ମାସ ଶେଷ ସୋମବାର । ଏହାକୁ ନେଇ ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ ହୋଇ ଉଠିଥିବାବେଳେ ଏଥିରୁ ବାଦ ପଡିନି ସୁବର୍ଣ୍ଣପୁର ସହର । କାଉଡିଆଙ୍କ ବୋଲବମ ପାର କରେଗା ଧ୍ବନିରେ ପ୍ରକମ୍ପିତ ହୋଇ ଉଠୁଛି ଅଷ୍ଟଶମ୍ଭୁଙ୍କ ଏହି ପବିତ୍ର ସହର । ଅଷ୍ଟଶମ୍ଭୁଙ୍କ ପାଖରେ ଜଳାଭିଷେକ କରିବାକୁ ଶେଷ ସୋମବାରରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ ଜମିଛି ।

ମହାନଦୀ ,ତେଲନଦୀ ଓ କର୍ପୁର ନଦୀର ତ୍ରିବେଣୀ ସଙ୍ଗମରୁ ଶ୍ରଦ୍ଧାଳୁ ଓ ବୋଲବମ ଭକ୍ତମାନେ ଜଳ ନେଇ ଶ୍ରୀ ରାମେଶ୍ବର ବାବାଙ୍କ ପାଖରେ ଚଢାଇଥିଲେ । ରାତ୍ରୀର ପ୍ରାୟ ଶେଷ ପ୍ରହରରୁ ଅଷ୍ଟଶମ୍ଭୁଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଆରମ୍ଭ ହୋଇଥିଲା ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ସୁବର୍ଣ୍ଣପୁର

ବିଭିନ୍ନ ଯୁବକ ସଂଘ ଓ ମନ୍ଦିର କମିଟି ଗୁଡିକ ପକ୍ଷରୁ ଭକ୍ତଙ୍କ ପାଇଁ ସହରର ବ୍ଳକ ଛକ, ମଝିପଡାଛକ ଓ ରାମେଶ୍ବର ଛକ ଆଦିରେ ପାନୀୟ ଜଳ, ମାଗଣା ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ସହରର ତ୍ରିବେଣୀ ସଙ୍ଗମରୁ ହଜାର ହଜାର ଭକ୍ତ ପାଣି ନେଇ ଜିଲ୍ଲାର ଚମ୍ପେଶ୍ବର , କପିଳେଶ୍ବର ଆଦି ମନ୍ଦିରକୁ ଯାଇ ଜଳାଭିଷେକ କରିଛନ୍ତି । ଏଥିପାଇଁ ମନ୍ଦିର କମିଟି ଓ ଦେବୋତ୍ତର ବିଭାଗ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା , ଇଟିଭି ଭାରତ

ABOUT THE AUTHOR

...view details