ସୁବର୍ଣ୍ଣପୁର: ଉତ୍କଳ ଦିବସକୁ କଳା ଦିବସ ଭାବେ ପାଳନ କଲେ କୋଶଲ ରାଜ୍ୟ ସମନ୍ଵୟ ସମିତି । ସୁବର୍ଣ୍ଣପୁର ଜିଲ୍ଲାର ବିରମହାରାଜପୁର ମୁଖ୍ୟ ଛକରେ କୋଶଳ ରାଜ୍ୟ ସମନ୍ଵୟ ସମିତିର କାର୍ଯ୍ୟକର୍ତ୍ତାମାନେ କୋଶଳ ପ୍ରଦେଶ ଦାବିରେ ଏହି ଆନ୍ଦୋଳନ କରିଛନ୍ତି ।
ଉତ୍କଳ ଦିବସକୁ କଳା ଦିବସ ବୋଲି କହି ସ୍ବତନ୍ତ୍ର କୋଶଳ ପ୍ରଦେଶ ଗଠନ ପର୍ଯ୍ୟନ୍ତ କୋଶଳ ମୁକ୍ତି ସଂଗ୍ରାମ ଜାରି ରହିବ ବୋଲି ସମନ୍ବୟ ସମିତିର ଆବାହକ କିଶୋର କୁମାର ହୋତା କହିଛନ୍ତି ।