ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲାରେ ସ୍ବଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲା ପୋଲିସ ତତ୍ପର ହୋଇଉଠିଛି । ବିଭିନ୍ନ ଅପରାଧିକ ମାମଲାରେ ଫେରାର ଥିବା ବ୍ୟକ୍ତି ବିଶେଷଙ୍କ ସଂପର୍କରେ ସୂଚନା ସଂଗ୍ରହ କରି ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।
ତେବେ ସୋନପୁର ସଦର ଥାନାରେ ସର୍ବାଧିକ 38 ଜଣ, ଡୁଙ୍ଗୁରିପାଲି , ସୁବଳୟା, ରାମପୁର ଓ ବିନିକା ଥାନା ଅଧିନରେ 4 ଜଣ , ବୀରମହାରାଜପୁରରେ 9 ଜଣ ଓ ଉଲୁଣ୍ଡା ଥାନା ଅଧିନରେ 2 ଜଣଙ୍କ ନାଁରେ ଗିରଫ ବିହୀନ ପରୱାନା ଜାରି କରାଯାଇଛି । ତେବେ ଅପରାଧିକ ମାମଲାରେ ଅଭିଯୁକ୍ତ ବ୍ୟକ୍ତିମାନଙ୍କ ଠିକଣା ଚିହ୍ନଟ କରି ବ୍ୟାପକ ଚଢାଉ କରାଯାଉଛି ।