ଓଡିଶା

odisha

ETV Bharat / state

ବିପୁଳ ପରିମାଣରେ କଫ ସିରଫ ଜବତ, 3 ଗିରଫ - cuff syrap seller arrested

ସୁବର୍ଣ୍ଣପୁର ସହରରେ କଫ ସିରଫ ବିକ୍ରି କରୁଥିବା ସମୟରେ ସଦର ପୋଲିସ ତିନି ଜଣ ବେପାରୀଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ...

three cuff syrap seller arrested in subarnapur
ଫଟୋ ସୌଜନ୍ୟ: ପ୍ରତିନିଧି,ସୁବର୍ଣ୍ଣପୁର

By

Published : Jan 5, 2020, 9:20 AM IST

ସୁବର୍ଣ୍ଣପୁର: ବିପୁଳ ପରିମାଣରେ କଫ ସିରଫ ଜବତ । ସହରରେ ବୁଲି ବୁଲି କଫ ସିରଫ ବିକ୍ରି କରୁଥିବା ସମୟରେ ସଦର ପୋଲିସ ତିନି ଜଣ ବେପାରୀଙ୍କୁ ଗିରଫ କରିଛି ।

ଜିଲ୍ଲା ଏସପି ଦେବୀ ପ୍ରସାଦ ଦାସଙ୍କ ନିର୍ଦ୍ଦେଶରେ ଟାଉନ ଥାନା ପୋଲିସ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଟାଉନ ଥାନା ଅଧିକାରୀ ଲୋକେଶ ବିଶ୍ବାଳଙ୍କ ନେତୃତ୍ବରେ ଏକ ପୋଲିସ ଦଳ ବେପାରୀଙ୍କ ଉପରେ କଡା ନଜର ରଖିଥିଲା । ଆଜି ସହରର ପାତଭାଡ଼ି , ବସଷ୍ଟାଣ୍ଡ ଓ ବ୍ଲକ ଛକର ବିଭିନ୍ନ ଯାଗାରେ ଚଢ଼ାଉ କରି ବିପୁଳ ପରିମାଣର କଫ ସିରଫ ଜବତ କରିବାରେ ସଫଳ ହୋଇଛି ।

ବିପୁଳ ପରିମାଣରେ କଫ ସିରଫ ଜବତ

କଫ ସିରଫ ବିକ୍ରି କରୁଥିବା ଅଭିଯୋଗରେ ସହରର ଚମାର ପଡାର କହ୍ନେଇ ଉଗେର , ବଡବଜରର ନରସିଂହ ଭୁଏ ଓ ଧୀବର ପଡାର ଧ୍ରୁଵ ମହଲାକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା ,ଇଟିଭି ଭାରତ

ABOUT THE AUTHOR

...view details