ଓଡିଶା

odisha

ETV Bharat / state

ସୁବର୍ଣ୍ଣ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଝୁମିଲେ ଦର୍ଶକ - third evening of subarnaloka mahotsava

ଲୋକ ମହୋତ୍ସବ ସୁବର୍ଣ୍ଣ 2020ର ତୃତୀୟ ସନ୍ଧ୍ୟାରେ ଜନ ସମୁଦ୍ର ପାଲଟି ଥିଲା ସହରର ଗାନ୍ଧୀ ପଡ଼ିଆ । ଅଧିକ ପଢନ୍ତୁ...

ସୁବର୍ଣ୍ଣ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଝୁମିଲେ ଦର୍ଶକ
ସୁବର୍ଣ୍ଣ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଝୁମିଲେ ଦର୍ଶକ

By

Published : Jan 10, 2020, 2:26 AM IST

ସୁବର୍ଣ୍ଣପୁର: ଜିଲ୍ଲାର ଲୋକ ମହୋତ୍ସବ ସୁବର୍ଣ୍ଣ 2020ର ତୃତୀୟ ସନ୍ଧ୍ୟାରେ ଜନ ସମୁଦ୍ର ପାଲଟି ଥିଲା ସହରର ଗାନ୍ଧୀ ପଡ଼ିଆ । ଜିଲ୍ଲାପାଳ ମନୀଷା ବାନାର୍ଜୀଙ୍କ ପୌରହିତ୍ୟରେ ଆୟୋଜିତ ସନ୍ଧ୍ୟାରେ ଜିଲ୍ଲାର ବରିଷ୍ଠ ଚଳଚିତ୍ର କଳାକାର ଅଟଳ ବିହାରୀ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଳାକାରଙ୍କୁ ଉତ୍ସାହିତ କରିଥିଲେ ।

ସୁବର୍ଣ୍ଣ ଲୋକ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଝୁମିଲେ ଦର୍ଶକ

ସନ୍ଧ୍ୟାରେ ମୁଖ୍ୟ ଅତିଥିଙ୍କ ସାଂସ୍କୃତିକ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ ପରେ ଅନ୍ୟାନ୍ୟ ଅତିଥିମାନେ ଜିଲ୍ଲାବାସୀଙ୍କୁ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ସଭା ପରେ ମା' ସୁରେଶ୍ବରୀଙ୍କ ଭଜନରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ଜିଲ୍ଲା ତଥା ବାହାର ଜିଲ୍ଲାରୁ ଆସିଥିବା କଳାକାରମାନେ ପରିବେଷଣ କରିଥିଲେ ଭଳିକିଭଳି ଲୋକ ନୃତ୍ୟ ।

ବାହାର ରାଜ୍ୟ ଆସାମରୁ ଆସିଥିବା କଳାକାରମାନେ ବୋଡୋ ଓ ବିହୁ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ପଶ୍ଚିମ ଓଡ଼ିଶାର ରସରକେଳି, ଡାଲଖାଇ, ମାଇଲାଜଡ, ବଜାସାଲ ଆଦି ନୃତ୍ୟରେ ଫାଟି ପଡିଥିଲା ମହୋତ୍ସବ ପଡ଼ିଆ । ବିଶେଷକରି ବଲାଙ୍ଗୀର ଓ ଭବାନୀପାଟଣାର କଳାକାରମାନଙ୍କ ଲୋକ ନୃତ୍ୟରେ ବାନ୍ଧି ହୋଇଥିଲେ ଦେଖଣାହାରୀ ।

ଶୁକ୍ରବାର ଜିଲ୍ଲାର ସମସ୍ତ ବ୍ଲକର 10ଟି ସାଂସ୍କୃତିକ ଦଳ ନିଜନିଜର ଲୋକ ନୃତ୍ୟ ପରିବେଷଣ କରିବେ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details