ସୁବର୍ଣ୍ଣପୁର:ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଗତକାଲି ସନ୍ଧ୍ୟାରେ ଜିଲ୍ଲାର ଧର୍ମଶାଳାଠାରେ ଉଦଘାଟିତ ହୋଇଯାଇଛି ତୃତୀୟ ଦେଶଫାଲ ମହୋତ୍ସବ-2022। ତିନିଦିନ ଧରି ଆୟୋଜିତ ହେଉଥିବା ଏହି ମହୋତ୍ସବରେ ପ୍ରଫେସର ପ୍ରଫୁଲ୍ଲ କୁମାର ରଥ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଗଡଜାତ ଶାସନ ଅମଳରେ ଏହି ଅଂଚଳର ଲୋକ ସଂସ୍କୃତି ,ଲୋକ କଳା ତାର ଉତ୍କର୍ଷ ଛୁଇଁଥିବା ବେଳେ ଏହାକୁ ବଞ୍ଚାଇ ରଖିବା ଓ ଏହାର ପ୍ରଚାର ପ୍ରସାର ଦିଗରେ ସଭିଏଁ ଯତ୍ନବାନ ହେବାକୁ କହିଥିଲେ। ଉଦଘାଟନୀ ସଭା ଶେଷ ହେବା ପରେ ଉତ୍କଳୀୟ ନୃତ୍ୟ ବା ଓଡିଶୀ ନୃତ୍ୟ ଓ ଗୀତରେ ମହାପାର୍ବଣର ଆସର ଆରମ୍ଭ ହୋଇଥିଲା।
ତେବେ ଉକ୍ତ କାର୍ଯ୍ୟକ୍ରମରେ ଫୁଲବାଣୀର ନଟରାଜ କଳାମନ୍ଦିରର କଳାକାରମାନେ ଓଡିଶୀ ନୃତ୍ୟରେ କୋଣାର୍କର ଗର୍ବଗୌରବର ଗାଧା ପରିବେଷଣ କରିଥିଲେ। ପରେ ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କଳାକାରମାନେ ନିଜ ନିଜର ଲୋକନୃତ୍ୟ ପରିବେଷଣ କରିଥିଲେ । ଶେଷ ପର୍ଯ୍ୟାୟରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀର କଳାକାର ମାନେ ବଜାଶାଲ ନୃତ୍ୟ ପରିବେଷଣ କରିଥିଲେ।